୨୨ଜଣଙ୍କୁ ଜବତ ଚୋରି ବାଇକ୍‌ ଫେରାଇଲା କମିସନରେଟ୍‌ ପୁଲିସ

ଜବତ ଚୋରି ବାଇକ୍‌ ଫେରାଇଲା ପୁଲିସ

ଆଉ ୨ଶହଙ୍କୁ ମିଳିବ, ୨୩ ଥାନାରେ ପଡ଼ିରହିଛି ୨ହଜାରରୁ ଉର୍ଦ୍ଧ୍ବ ଗାଡ଼ି

ଭୁବନେଶ୍ୱର : ଖୁବ୍‌ଶୀଘ୍ର ରାଜଧାନୀ ଓ ଆଖପାଖ ଅଞ୍ଚଳର ହଜାରେରୁ ଉର୍ଦ୍ଧ୍ବ ଲୋକ ସେମାନଙ୍କ ଚୋରି ଗାଡ଼ି ଫେରିପାଇବେ। ଦୀର୍ଘଦିନ ତଳେ ଚୋରି ହୋଇଥିବା ଗାଡ଼ିଗୁଡ଼ିକୁ ଗାଡ଼ିମାଲିକଙ୍କୁ ଫେରାଇବା ପାଇଁ କମିସନରେଟ୍‌ ପୁଲିସ ପ୍ରୟାସ ଆରମ୍ଭ କରିଛି। ଗୁରୁବାର ଦିନ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ମେଳା କାର୍ଯ୍ୟକ୍ରମରେ ଡିସିପି ଉମାଶଙ୍କର ଦାଶ ପ୍ରଥମ ପର୍ଯ୍ୟାୟରେ ୨୨ଗାଡ଼ି ମାଲିକଙ୍କୁ ସେମାନଙ୍କ ଚୋରି ଗାଡ଼ି ହସ୍ତାନ୍ତର କରିଛନ୍ତି। ‌ସେଥିରୁ ଜଟଣି ଥାନା ଅଞ୍ଚଳର ୧୧ଟି, ଖଣ୍ଡଗିରି ଥାନା ଅଞ୍ଚଳର ୩ଟି ଏବଂ ବଡ଼ଗଡ଼ ଥାନା ଅଞ୍ଚଳର ୮ଟି ଚୋରି ଗାଡ଼ି ଥିବା ଜଣାପଡ଼ିଛି। ଭୁବନେଶ୍ବର ସହରାଞ୍ଚଳର ଥିବା ୨୩ ଥାନା ଅଞ୍ଚଳରେ ୨ ହଜାରରୁ ଉର୍ଦ୍ଧ୍ବ ଚୋରି ଗାଡ଼ିକୁ ଜବତ କରିଛି ପୁଲିସ। ଏହି ଜବତ ଗାଡ଼ିଗୁଡ଼ିକ ବିଭିନ୍ନ ଥାନାରେ ପଡ଼ିପଡ଼ି ନଷ୍ଟ ହେବାକୁ ବସିଥିବାବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ଏହି ଗାଡ଼ିଗୁଡ଼ିକୁ ଏହାର ମାଲିକମାନଙ୍କୁ ଫେରାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଗାଡ଼ି ନମ୍ବର ଓ ଚେଚିସ୍‌ ନମ୍ବରୁ ଗାଡ଼ି ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କ ଡାଟା ବେସ୍‌ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨ଶହରୁ ଉର୍ଦ୍ଧ୍ବ ଗାଡ଼ିମାଲିକଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ଏହି ମେଳା ମାଧ୍ୟମରେ ଗାଡ଼ିଗୁଡ଼ିକୁ ହସ୍ତାନ୍ତର କରାଯିବ। ସେହିପରି କେତେକ ଚୋରି ଗାଡ଼ିର ଇନ୍ସ୍ୟୁରାନ୍ସ କ୍ଲେମ୍‌ କରି ଗାଡ଼ିମାଲିକମାନେ ଏ ବାବଦ ଅର୍ଥ ନେଇ ସାରିଥିବାରୁ ଇନ୍ସ୍ୟୁରାନ୍ସ ସଂସ୍ଥାଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଯେଉଁଗାଡ଼ି ଗୁଡ଼ିକର ଇନ୍ସ୍ୟୁରାନ୍ସ କ୍ଲେମ୍‌ ହୋଇଥିବ, ସେଗୁଡ଼ିକୁ ସମ୍ପୃକ୍ତ ଇନ୍ସ୍ୟୁରାନ୍ସ ସଂସ୍ଥାକୁ ଦିଆଯିବ। ଗାଡ଼ି ମାଲିକଙ୍କୁ ଏବଂ ଇନ୍ସ୍ୟୁରାନ୍ସ ସଂସ୍ଥାକୁ ଗାଡ଼ି ହସ୍ତାନ୍ତର ପରେ ବାକି ଯେଉଁ ଗାଡ଼ିଗୁଡ଼ିକ ରହିଯିବ ସେଗୁଡ଼ିକୁ ନିଲାମ୍‌ କରାଯିବ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି। ଫଳରେ ବର୍ଷ ବର୍ଷ ଧରି ଥାନା ଗୁଡ଼ିକରେ ଅଯଥା ଜାଗା ମାଡ଼ି ବସିଥିବା ସ୍ଥାନକୁ ଖାଲି କରାଯାଇ ଥାନାର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ।

Share Now:

Kalinga News Beuro

Next Post

ସ୍ୱିଗି ବୟ ଓ ଭାଇଙ୍କୁ ଆକ୍ରମଣ ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ : ଧାରୁଆ କାତି ଜବତ

Fri Oct 8 , 2021
ଭୁବନେଶ୍ୱର : ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ଭାଇ ସୌମ୍ୟରଞ୍ଜନ ମାନ୍ଧାତାଙ୍କୁ ମହାବୀର ଫାଇନାନ୍ସର କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଆକ୍ରମଣ କରିବା ଘଟଣାରେ ଭରତପୁର ପୁଲିସ ଗୁରୁବାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗନ୍ନାଥ ବିହାର ଲେନ୍-୪ ନାରାୟଣ ସେଠୀ ଓରଫ ବାବୁ(୨୩) ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ରାଜକୁମାର ବାରିକ ଓରଫ ରାଜା(୨୩)। ପୁଲିସ ଉଭୟଙ୍କ ପାଖରୁ ଆକ୍ରମଣରେ ବ୍ୟବହୃତ […]
ସ୍ୱିଗି ବୟ ଓ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial