ସ୍ୱିଗି ବୟ ଓ ଭାଇଙ୍କୁ ଆକ୍ରମଣ ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ : ଧାରୁଆ କାତି ଜବତ

ସ୍ୱିଗି ବୟ ଓ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା

ଭୁବନେଶ୍ୱର : ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ଭାଇ ସୌମ୍ୟରଞ୍ଜନ ମାନ୍ଧାତାଙ୍କୁ ମହାବୀର ଫାଇନାନ୍ସର କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଆକ୍ରମଣ କରିବା ଘଟଣାରେ ଭରତପୁର ପୁଲିସ ଗୁରୁବାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗନ୍ନାଥ ବିହାର ଲେନ୍-୪ ନାରାୟଣ ସେଠୀ ଓରଫ ବାବୁ(୨୩) ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ରାଜକୁମାର ବାରିକ ଓରଫ ରାଜା(୨୩)। ପୁଲିସ ଉଭୟଙ୍କ ପାଖରୁ ଆକ୍ରମଣରେ ବ୍ୟବହୃତ ଧାରୁଆ କାତି ଜବତ କରିଛି। ଏହି ଘଟଣାରେ ପୂର୍ବରୁ ରାକେଶ ଗିରଫ ହୋଇସାରିଥିବା ବେଳେ ଏବେ ବି ସୁମା, ଅରୁଣ, ମିଲୁ ପ୍ରମୁଖ ୫ ଅପରାଧୀ ଫେରାର ଥିବା ଜଣାପଡ଼ିଛି।ମିଳିଥିବା ଖବର ମୁତାବକ, ଗତ ୨୬ ସେପ୍ଟେମ୍ବରରେ ମହାବୀର ଫାଇନାନ୍ସର କର୍ମଚାରୀ ତ୍ରୁଟିରେ ସ୍ବିଗି ବୟ ସୁପ୍ରଭାସର ଗାଡ଼ି ଛଡ଼ାଇବା ସହିତ ତାଙ୍କୁ ଗାଳିଗୁଲଜ କରିଥିଲେ। ଖବର ପାଇ ସୌମ୍ୟ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟଙ୍କୁ ଫାଇନାନ୍ସ କର୍ମଚାରୀ ଆକ୍ରମଣ କରିଥିଲେ। ପରେ ଭଡ଼ାଟିଆ ଗୁଣ୍ଡା ରାଜା ଓ ମିଲୁକୁ ଡାକି ଧାରୁଆ କାତିରେ ମୁଣ୍ଡକୁ ହାଣି ପକାଇଥିଲେ। ଆକ୍ରମଣ ହୋଇଥିବା ଫାୟାରଷ୍ଟେସନ୍ ଛକରେ ଥିବା ବିଭିନ୍ନ ଦୋକାନ ଓ ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇଛି। ରାଜା ନାଁରେ ପୂର୍ବରୁ ଖଣ୍ଡଗିରି, ଭରତପୁର, ନୂଆପଲ୍ଲୀ ଭଳି ପ୍ରମୁଖ ଥାନାରେ ୫ରୁ ଅଧିକ ମାମଲା ଥିବା ବେଳେ ମିଲୁ ନାଁରେ ମଧ୍ୟ ଏକାଧିକ ଆପରାଧିକ ଅଭିଯୋଗ ଥିବା ପୁଲିସ ସ୍ପଷ୍ଟ କରିଛି। ପୂର୍ବରୁ ଗିରଫ ହୋଇଥିବା ରାକେଶ ସମେତ ବାବୁ ଓ ରାଜାର ଆସନ୍ତା ୭ଦିନ ମଧ୍ୟରେ ଟିଆଇ ପରେଡ୍ କରାଯିବ।

Share Now:

Kalinga News Beuro

Next Post

ରାଜଧାନୀରେ ଡ୍ରେନ୍‌ ସମ୍ପ୍ରସାରଣ ବାଟ ଫିଟିଲା: ବିଏମ୍‌ସି ନେବ ୧୪ଏକର ଜମି, ଖର୍ଚ୍ଚ ହେବ ୨୨୪କୋଟି

Fri Oct 8 , 2021
୨୯ଟି ମୌଜାରେ ୧୯୪ଟି ଜମିରୁ ଅଧିଗ୍ରହଣ ହେବ ଭୁବନେଶ୍ୱର : ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ଟି ମୁଖ୍ୟ ଡ୍ରେନ୍‌ ଏବଂ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ସାଙ୍ଗକୁ କେତେକ ଡ୍ରେନ୍‌ରୁ ଜବରଦଖଲ ଉଚ୍ଛେଦର ଆବଶ୍ୟକତା ଅଛି। ଏଥିପାଇଁ ବିଏମ୍‌ସି ତିନି ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ସଫଳ ହେଉନଥିଲା। ବିଭିନ୍ନ କାରଣରୁ ଅଟକିଯାଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଏବେ ଆରମ୍ଭ ହେବାକୁ ଯାଉଛି। ବିଏମ୍‌ସି […]
ଡ୍ରେନ୍‌ ସମ୍ପ୍ରସାରଣ ବାଟ ଫିଟିଲା-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial