କ୍ଷମା ମାଗିଲେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌

କ୍ଷମା ମାଗିଲେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌

ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଦ୍ୱିତୀୟ ବାର ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ହେତୁ ଗତରାତିରେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ କ୍ଷମାଯାଚନା କରିଛନ୍ତି। ରାତି ୧୨:୫୨ରେ ‘ଫେସ୍‌ବୁକ୍‌’ ଟୁଇଟ୍‌ କରି କହିଥିଲା, କେତେକ ବ୍ୟକ୍ତି ଆମର ‘ଆପ୍‌’ ଏବଂ ‘ପ୍ରଡକ୍ଟ୍‌’ଗୁଡ଼ିକୁ ‘ଆକ୍‌ସେସ୍‌’ କରିବାରେ ଅସୁବିଧାରେ ସମୁଖୀନ ହୋଇଥିବା କଥା ଜାଣିବାକୁ ପାଇଛୁ। ଯେତେ ଶୀଘ୍ର ସମ୍ଭବ ସେବା ଯୋଗାଣ ସ୍ୱାଭାବିକ କରିବା ଲାଗି ଆମେ କାମ ଚଳାଇଛୁ। ଅସୁବିଧା ପାଇଁ ଆମେ କ୍ଷମାପ୍ରାର୍ଥୀ। ପ୍ରାୟ ଦୁଇ ଘଣ୍ଟା ପରେ ସେବା ଯୋଗାଣ ସ୍ୱାଭାବିକ ହେବା ପରେ ‘ଫେସ୍‌ବୁକ୍‌’ କହିଲା, ଗତ ଦୁଇ ଘଣ୍ଟା ହେବ ଆପଣମାନେ ଆମ ‘ପ୍ରଡକ୍ଟ୍‌’ ‘ଆକ୍ସେସ୍‌’ କରି ନ ପାରି ଥିବାରୁ ଆମେ ଦୁଃଖିତ। ପରସ୍ପର ସହ ଯୋଗାଯୋଗ କରିବାକୁ ଆପଣମାନେ ଆମ ଉପରେ କେତେ ନିର୍ଭରଶୀଳ ତାହା ଆମେ ଜାଣୁ। ଆମ୍ଭେ ସେ ଅସୁବିଧା ସଜାଡ଼ି ଦେଇଛୁ। ଏ ସପ୍ତାହରେ ଧୈର୍ଯ୍ୟ ଧରି ଥିବାରୁ ଆପଣମାନଙ୍କୁ ଧନ୍ୟବାଦ। କେତେକ ବ୍ୟବହାରକାରୀ ସେମାନଙ୍କ ‘ଫଟୋ ଓ ଭିଡିଓ ସେୟାରିଙ୍ଗ୍‌ ସୋସିଆଲ୍‌ ନେଟ୍‌ଓ୍ଵାର୍କିଙ୍ଗ୍‌ ସର୍ଭିସ୍‌’ରେ ଅସୁବିଧାରେ ସମୁଖୀନ ହୋଇଥିବା କଥା ରାତି ପ୍ରାୟ ୧ଟା ବେଳେ ‘ଇନ୍‌ଷ୍ଟାଗ୍ରାମ୍‌’ ମଧ୍ୟ ସୁନିଶ୍ଚିତ କରିଥିଲା। ସେଥିରେ ହୋଇଥିବା ଅସୁବିଧା ସୁଧାରି ଦିଆଯାଇଛି ବୋଲି ରାତି ପ୍ରାୟ ୨.୩୦ରେ ‘ଇନ୍‌ଷ୍ଟାଗ୍ରାମ୍‌’ ସୂଚନା ଦେଇଥିଲା। ଟୁଇଟ୍‌ କରି ଇନ୍‌ଷ୍ଟାଗ୍ରାମ୍‌ ଲେଖିଥିଲା, ଏବେ ସବୁ ସ୍ୱାଭାବିକ ହୋଇଯାଇଥିବ। ଆମ ଯୋଗଁ ଅସୁବିଧା ସହ୍ୟ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।

Share Now:

Kalinga News Beuro

Next Post

୬୭ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ : ନନ୍ଦନକାନନରେ ଗଡ଼ିଲା ଟୟ ଟ୍ରେନ୍‌

Sat Oct 9 , 2021
ନନ୍ଦନକାନନରେ ୧୫୬ ପ୍ରଜାତିର ବନ୍ୟପ୍ରାଣୀ ସଂରକ୍ଷଣ ବାରଙ୍ଗ : ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ନନ୍ଦନକାନନରେ ଶୁକ୍ରବାରଠୁ ଗଡ଼ିଛି ଟୟ ଟ୍ରେନ୍‌। ଏହି ଟ୍ରେନ୍‌ ଲାଗି ୪ କୋଟି ୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରୋପ୍‌-ୱେ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ ଶ୍ରୀ […]
ଗଡ଼ିଲା ଟୟ ଟ୍ରେନ୍‌-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial