ମିଳିଲାନି ବେଲ : ଜେଲରେ ରହିବେ ନିଶାଡୀ ଆରୟନ୍

ଜେଲରେ ରହିବେ ନିଶାଡୀ ଆରୟନ୍

ମୁମ୍ବାଇ: ମିଳିଲାନି ଜାମିନ। ଅନେକ ତର୍କ ବିତର୍କ ପରେ ବି ଆରୟନଙ୍କ ଜାମିନ କରାଇପାରିଲେ ନାହିଁ ତାଙ୍କ ଓକିଲ। ଆଜି ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି ଭିଭି ପାଟିଲ। ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ବିଚାରପତି। ଏହା ସହ ଆଜି ଜେଲରୁ ବାହାରିବା ନେଇ ଆରୟନଙ୍କ ସ୍ବପ୍ନ ମଉଳି ଯାଇଛି। ଏବେ ୫ଦିନ ତାଙ୍କୁ ପୁଣି ଜେଲରେ ରହି ଦିନ କାଟିବାକୁ ପଡ଼ିବ। ଅକ୍ଟୋବର ୨୦ରେ ହିଁ ତାଙ୍କୁ ଜାମିନ ଦେବା ନେଇ ରାୟ ଶୁଣାଇବେ ଅଦାଲତ। ତେବେ ଅକ୍ଟୋବର ୨୦ରେ ମଧ୍ୟ ବିଚାରପତି ବ୍ୟସ୍ତ ରହିବେ ବୋଲି କହିବା ସହ ରାୟ ଶୁଣାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବାହାରୁ ପୋଷାକପତ୍ର ଆଣି ପିନ୍ଧିବାକୁ ଆର୍‌ୟନ୍‌ଙ୍କୁ ଅନୁମତି ମିଳିଛି। କିନ୍ତୁ, ସେ କେବଳ ଜେଲ୍‌ରେ ଦିଆଯାଉଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ତେଣୁ, ଜେଲ୍‌ ନିୟମ ଅନୁସାରେ ସେ କ୍ୟାଣ୍ଟିନ୍‌ କୁପନ୍‌ ବ୍ୟବହାର କରି ସ୍ନାକ୍ସ୍‍, ବିସ୍କୁଟ୍‌, ପାଣି ବୋତଲ ଆଣୁଛନ୍ତି। ଏହା ବ୍ୟତିରେକେ, ତାଙ୍କୁ ମୁମ୍ବାଇ ଆର୍ଥର୍‌ ଜେଲ୍‌ର ‘କ୍ୱାରେଣ୍ଟିନ୍‌ ବାରାକ’ରୁ ‘କମନ୍‌ ସେଲ୍‌’କୁ ସ୍ଥାନାନ୍ତରଣ କରାଯାଇଛି। ଗତକାଲି ତାଙ୍କର ‘ସ୍ୱାବ୍‌’ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ତାହା ‘ନେଗେଟିଭ୍‌’ ଆସିଥିବା କଥା ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

Share Now:

Kalinga News Beuro

Next Post

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୭୭ ଆକ୍ରାନ୍ତ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୯

Thu Oct 14 , 2021
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୧୯୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୬୪୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ […]
କରୋନାରୁ ସୁସ୍ଥ ହେଲେ ୪୭୭

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial