ସେନାରେ ଗୁପ୍ତଚର : ପାକିସ୍ତାନୀ ଯୁବତୀକୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ପିଅନ ଗିରଫ

ସେନାରେ ଗୁପ୍ତଚର

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନରେ ପୁଣି ଏକ ଗୁପ୍ତଚର କାଣ୍ଡ ଧରାପଡ଼ିଛି। ଯୋଧପୁରରେ ଥିବା ମିଲିଟାରୀ ଚିଫ ଇଂଜିନିୟର ଅଫିସରେ ପିଅନଭାବେ କାମ କରୁଥିବା ଜଣେ ବ୍ୟକ୍ତି ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଜଣାପଡ଼ିଛି। ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି। ରାମ ସିଂ ନାମକ ସଂପୃକ୍ତ ବ୍ୟକ୍ତିକୁ ରାଜସ୍ଥାନ ପୁଲିସ ଗିରଫ କରିଛି। ସେ ଗତ ଦୁଇ ମାସ ହେଲା ଜଣେ ରହସ୍ୟମୟୀ ପାକିସ୍ତାନୀ ଯୁବତୀଙ୍କ ସହ ହ୍ବାଟ୍ସଆପରେ ଚାଟିଂ କରୁଥିଲା ଓ ଅନେକ ଗୋପନ ତଥ୍ୟ ଯୋଗାଉଥିଲା। ସଂପୃକ୍ତ ଯୁବତୀ ତାକୁ ପ୍ରେମଜାଲରେ ଫସାଇ ଓ ବିବାହର ପ୍ରଲୋଭନ ଦେଇ ଏସବୁ ଗୋପନ ତଥ୍ୟ ହାସଲ କରୁଥିବା ଜଣାପଡ଼ିଛି। ଏପରିକି ରାମ ସିଂ ଉକ୍ତ ମିଲିଟାରୀ ଇଂଜିନିୟରିଂ ଅଫିସର କେତେକ ଗୋପନ ଚିତ୍ର ମଧ୍ୟ ହ୍ବାଟ୍ସଆପରେ ସେୟାର କରିଥିଲା। ସେ ନିଜର ମୋବାଇଲ ଫୋନରେ ଅଫିସର ବିଭିନ୍ନ ଗୋପନ ଫାଇଲ ଓ କାଗଜ ପତ୍ରର ଫଟୋ ଉଠାଇ ସଂପୃକ୍ତ ଯୁବତୀ ନିକଟକୁ ପଠାଉଥିଲା ବୋଲି ରାଜସ୍ଥାନର ପୁଲିସ ଡିଜି(ଗୁଇନ୍ଦା) ଉମେଶ ମିଶ୍ରା କହିଛନ୍ତି। ଏହି ଘଟଣା ସହ ଓଡ଼ିଶାର ଚାନ୍ଦିପୁରଠାରେ ହୋଇଥିବା ଗୁପ୍ତଚରକାଣ୍ଡର ଅନେକ ସମାନତା ରହିଥିବା କୁହାଯାଉଛି।

Share Now:

Kalinga News Beuro

Next Post

ପାର୍ବଣ ଋତୁରେ ହାଣ୍ଡିଶାଳରେ ମହଙ୍ଗା ମାଡ଼

Fri Oct 15 , 2021
ଭୁବନେଶ୍ୱର : ମହାମାରୀ କରୋନା ସାଙ୍ଗକୁ ପାର୍ବଣ ବଜାରରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କରୋନା ସମୟରେ ସାଧାରଣ ଲୋକେ ଜୀବିକା ହରାଇଥିବା ବେଳେ ଅଧିକାଂଶ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ପରିବାର ପ୍ରତିପୋଷଣ ପାଇଁ ଲୋକମାନେ ନାହିଁନଥିବା ହିନସ୍ତା ହେଉଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ […]
ହାଣ୍ଡିଶାଳରେ ଚଡ଼କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial