ଚେନ୍ନାଇ ୪ର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିୟନ

ଚାମ୍ପିୟନ ହେଲା ଚେନ୍ନାଇ

ଦୁବାଇ : ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ଚାମ୍ପିୟନ ହୋଇଛି। ଗତକାଲି ଖେଳାଯାଇଥିବା ଆଇପିଏଲ ଫାଇନାଲରେ ଚେନ୍ନାଇ କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ପୁଣି ଥରେ ଟ୍ରଫିକୁ ହାତେଇବାରେ ସଫଳ ହୋଇଛି। ଏହାକୁ ମିଶାଇ ୪ର୍ଥ ଥର ପାଇଁ ଚେନ୍ନାଇ ଆଇପିଏଲ ଚାମ୍ପିୟନ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ କରିଥିଲା। ଚେନ୍ନାଇ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଫାଫ ଡୁପ୍ଲେସିସଙ୍କ ବିସ୍ଫୋରକ ୫୯ ବଲରେ ୮୬ ରନ। ନିଜର ଏହି ଇନିଂସରେ ସେ ୩ ଛକା ଓ ୭ ଚୌକା ମାରିଥିଲେ। ଅନ୍ୟପକ୍ଷରେ ମୋଇନ ଅଲି ୩୭, ଋତୁରାଜ ଗାଇକ୍ବାଡ୍ ୩୨ରନ ଓ ରବିନ ଉଥାପା ୩୧ରନ କରି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇ ଥିଲେ। ୧୯୩ରନର ବିଶାଳ ସ୍କୋରର ପିଛା କରିବାକୁ ଯାଇ କୋଲକାତା ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ଅର୍ଦ୍ଧଶତକ ମାରିବା ସହ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୧ ରନ କରିଥିଲେ। ମାତ୍ର ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନଙ୍କ ଚରମ ବିଫଳତା ଯୋଗୁଁ ଦଳ ବିପର୍ୟ୍ୟୟର ସମୁଖୀନ ହୋଇଥିଲା। ନିୟମିତ ଓ୍ବିକେଟ ପଡ଼ିବା ଯୋଗୁଁ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୫ ରନ କରିଥିଲା।

Share Now:

Kalinga News Beuro

Next Post

‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କରି ନୂଆ ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କଲା ଚୀନ୍‌: ରିପୋର୍ଟ

Sun Oct 17 , 2021
ବେଜିଙ୍ଗ୍‌: ଗୋଟାଏ ‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କରି ଚୀନ୍‌ ନୂତନ ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କରିଥିବା କଥା ଶନିବାର ଦିନ ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍ସ୍‌’ ରିପୋର୍ଟ କରିଛି। ପରୀକ୍ଷା ସମ୍ବନ୍ଧରେ ଜ୍ଞାନ୍ତ ଥିବା ବିଭିନ୍ନସୂତ୍ର ଉପରେ ଆଧାରିତ ଏହି ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ବେଜିଙ୍ଗ୍‌ ଆଣବିକ ସାମର୍ଥ୍ୟ ଥିବା ଏକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ନିର୍ଦ୍ଧାରିତ ଲକ୍ଷସ୍ଥଳରେ ପଡ଼ିବା ପୂର୍ବରୁ ତାହା ନିମ୍ନ କକ୍ଷପଥରେ ପୃଥିବୀ ପରିକ୍ରମା […]
‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial