‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କରି ନୂଆ ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କଲା ଚୀନ୍‌: ରିପୋର୍ଟ

‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର

ବେଜିଙ୍ଗ୍‌: ଗୋଟାଏ ‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କରି ଚୀନ୍‌ ନୂତନ ମହାକାଶୀୟ ସାମର୍ଥ୍ୟ ପରୀକ୍ଷା କରିଥିବା କଥା ଶନିବାର ଦିନ ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍ସ୍‌’ ରିପୋର୍ଟ କରିଛି। ପରୀକ୍ଷା ସମ୍ବନ୍ଧରେ ଜ୍ଞାନ୍ତ ଥିବା ବିଭିନ୍ନସୂତ୍ର ଉପରେ ଆଧାରିତ ଏହି ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ବେଜିଙ୍ଗ୍‌ ଆଣବିକ ସାମର୍ଥ୍ୟ ଥିବା ଏକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ନିର୍ଦ୍ଧାରିତ ଲକ୍ଷସ୍ଥଳରେ ପଡ଼ିବା ପୂର୍ବରୁ ତାହା ନିମ୍ନ କକ୍ଷପଥରେ ପୃଥିବୀ ପରିକ୍ରମା କରିଥିଲା। କିନ୍ତୁ, ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳର ପ୍ରାୟ ୩୨ କିଲୋମିଟର୍‌ ଫରକରେ ତାହା ଅବତରଣ କରିଥିଲା ତିନୋଟି ସୂତ୍ରରୁ ଜଣାପଡ଼ିଥିଲା। ପ୍ରଥମ ସୂତ୍ର ଅନୁସାରେ, ଅଗଷ୍ଟ ମାସରେ କରାଯାଇଥିବା ଏହି ପରୀକ୍ଷା କଥା ଗୁପ୍ତ ରଖାଯାଇଥିଲେ ବି, ଉକ୍ତ ହାଇପର୍‌ ସୋନିକ୍‌ କ୍ଷେପଣାସ୍ତ୍ରଟି ‘ଲଙ୍ଗ୍‌ ମାର୍ଚ’ ରକେଟ୍‌ଦ୍ୱାରା ଉତ୍‌କ୍ଷେପଣ କରାଯାଇଥିଲା। ‘ହାଇପର୍‌ ସୋନିକ୍‌’ ଅସ୍ତ୍ରଶସ୍ତ୍ରରେ ଚୀନ୍‌ର ଅଗ୍ରଗତି ଦେଖି ଆମେରିକୀୟ ଗୁଇନ୍ଦା ଆଚମ୍ବିତ ହୋଇଯାଇଥିଲା। ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ବ୍ୟତୀତ ଅନ୍ୟୂନ ଅନ୍ୟ ୫ଟି ରାଷ୍ଟ୍ର ‘ହାଇପର୍‌ସୋନିକ ଟେକ୍ନୋଲୋଜି’ ଉପରେ କାର୍ଯ୍ୟ କରୁଛନ୍ତି। ସାଧାରଣ କ୍ଷେପଣାସ୍ତ୍ର ପରି ‘ହାଇପର୍‌ ସୋନିକ୍‌’ କ୍ଷେପଣାସ୍ତ୍ର ମଧ୍ୟ ଆଣବିକ ଅସ୍ତ୍ର ନିକ୍ଷେପ କରି ପାରିବ। ଏହା ଶବ୍ଦର ଗତି ବେଗ ଠାରୁ ୫ ଗୁଣା ଅଧିକ ବେଗରେ ଗତି କରିପାରିବ। କିନ୍ତୁ, ଏହି ରିପୋର୍ଟ ସଂକ୍ରାନ୍ତରେ ପେଣ୍ଟାଗନ୍‌ ହଠାତ୍‌ କୌଣସି ମନ୍ତବ୍ୟ ଦେଇ ନାହିଁ।

Share Now:

Kalinga News Beuro

Next Post

ରାଜ୍ୟରେ ୭୫ ଶିଶୁ ଓ କିଶୋରଙ୍କ ସମେତ ୪୪୩ କରୋନା ପଜିଟିଭ୍ ଚିହ୍ନଟ

Sun Oct 17 , 2021
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା […]
ରାଜ୍ୟରେ ୪୪୩ କରୋନା ପଜିଟିଭ୍ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial