କେରଳ ସମେତ ଦିଲ୍ଲୀରେ ପ୍ରବଳ ବର୍ଷା

କେରଳ ସମେତ ଦିଲ୍ଲୀରେ ବର୍ଷା

ଉତ୍ତରାଖଣ୍ଡ ଏବଂ ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶରେ ରେଡ୍‌ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦେଶର ଦକ୍ଷିଣାଞ୍ଚଳ କେରଳରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଭୂସ୍ଖଳ ଏବଂ ଆକସ୍ମିକ ବନ୍ୟା ଯୋଗୁଁ ବହୁ ଧନ ଜୀବନ ନଷ୍ଟ ହେବା ସହ ଆଜି ଉତ୍ତରାଞ୍ଚଳରେ ମଧ୍ୟ ବର୍ଷା ବିତ୍ପାତ ଦେଖାଦେଇଛି। ଆଜି ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହା ବ୍ୟତିରେକେ, ଉତ୍ତରାଖଣ୍ଡ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଆଦି ପ୍ରଦେଶର କେତେକ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଥିବା କହି ପାଣିପାଗ ବିଭାଗ ‘ରେଡ୍‌’ ଓ ‘ଅରେଞ୍ଜ୍‌’ ଆଲର୍ଟ ଜାରି କରିଛି। ଆଜି ସକାଳେ କେରଳର କୋଟ୍ଟାୟାମ୍‌ ଜିଲ୍ଲା ଅନ୍ତର୍ଗତ କୂଟ୍ଟୀକାଲ ଓ କୋକ୍କୟାର୍‌ ଜିଲ୍ଲାରେ ସେନାବାହିନୀ, ‘ଏନ୍‌ଡିଆର୍‌ଏଫ୍‌’, ପୁଲିସ ଓ ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ବାସିନ୍ଦାମାନେ ଉଦ୍ଧାର ଅଭିଯାନରେ ଲାଗିଛନ୍ତି। ମୁଷଳଧାରାରେ ବର୍ଷା ହେବାରୁ ସେଠାରେ ଭୂସ୍ଖଳନ ହୋଇ ଅନେକ ଲୋକ ନିଖୋଜ ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରୁ ଆଜି ଉଦ୍ଧାରକାରୀମାନେ ୩ଟି ଅଚିହ୍ନା ଶବ ଉଦ୍ଧାର କରିଛନ୍ତି। ଏହାକୁ ମିଶାଇ କେରଳରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ସରକାରୀ ଭାବେ କୁହାଯାଉଛି।

ଆଜି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଭୀଷଣ ବର୍ଷା ଏବଂ ବନ୍ୟା ପ୍ଳାବିତ କେରଳର ପରିସ୍ଥିତି ଉପରେ ଆମେ ନିରବଚ୍ଛିନ୍ନ ଭାବେ ନଜର ରଖିଛୁ। ସହାୟତା ଲୋଡୁଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବେ। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ପଠାସରିଛି। ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ବିପର୍ଯ୍ୟୟ ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ୍‌ ଶିବିର ଖୋଲାଯାଇଥିବା କଥା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ‘ଫେସ୍‌ବୁକ୍‌’ ପୋଷ୍ଟ୍‍ରେ ଉଲ୍ଲେଖ କରିଛନ୍ତି। ଆଜି ଠାରୁ କେରଳରେ ବୃଷ୍ଟିପାତ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

Share Now:

Kalinga News Beuro

Next Post

୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ : ପ୍ରଦୀପଙ୍କ ଘରୁ ଜବତ ହେଲା ୧୪୪୦ ଗ୍ରାମ ସୁନା

Mon Oct 18 , 2021
ଭୁବନେଶ୍ବର: ୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଜବତ ହୋଇଥିବାର ଖବର ମିଳିଛି। ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି, ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା। ଭିଜିଲାନ୍ସ ଅଧୀନରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପ୍ରଦୀପଙ୍କ ଘରୁ ଜବତ ହୋଇଥିବା ଜରୁରୀକାଳୀନ ଦସ୍ତାବିଜ ଓ ବ୍ୟାଙ୍କ ଆକାଉଣ୍ଟର ଛାନଭିନ […]
୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial