ଭୁବନେଶ୍ୱରରୁ ୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି। ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଆଜି ଭୁବନେଶ୍ୱରରୁ ୧୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୪ଜଣ ମଧ୍ୟରୁ ସଂଗରୋଧରୁ ୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୬ ଜଣ ସଂକ୍ରମିତ ଅଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬୨୪୭ରେ ପହଞ୍ଚଛି। ଏଥିରୁ ୧୧୧୬୨୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୩୫୬୧ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Share Now:

Kalinga News Beuro

Next Post

ଆଜିଠୁ କୋଭିଡ୍‌ କଟକଣା ମଧ୍ୟରେ ଏକା‌ଦଶ ଶ୍ରେଣୀ ପାଠପଢ଼ା

Thu Oct 21 , 2021
ପୂର୍ବାହ୍ନ ୧୦ଟାରୁ ସାଢ଼େ ଗୋଟାଏ ଯାଏ କ୍ଲାସ ଭୁବନେଶ୍ୱର : ପୂଜା ଛୁଟି ପରେ ଗୁରୁବାରଠାରୁ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପାଦ ଥାପିବେ। ଏଥିପାଇଁ ରାଜ୍ୟର ସମସ୍ତ କଲେଜରେ ବ୍ୟାପକ ବ୍ୟବସ୍ଥା ହୋଇଛି। ବିଶେଷକରି କରୋନାକୁ ନଜରରେ ରଖି କ୍ୟାମ୍ପସ ବିଶୋଧନ, ସାମାଜିକ […]
ଆଜିଠୁ ଏକା‌ଦଶ ଶ୍ରେଣୀ ପାଠପଢ଼ା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial