ସଂସଦର ଶୀତ ଅଧିବେଶନ ନଭେମ୍ବର ଚତୁର୍ଥ ସପ୍ତାହରୁ ଆରମ୍ଭ ହୋଇପାରେ

ଶୀତ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ଚତୁର୍ଥ ସପ୍ତାହରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ‌ହୋଇପାରେ। ସମସ୍ତ କୋଭିଡ୍‌ ନିୟମାବଳୀ ପାଳନ ସହ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ସୂତ୍ରରୁ ଜଣାପଡ଼ିଛି। ‌ତେବେ ଶୀତ ଅଧୀବେଶନ ସମୟରେ ୨୦ଟି କାର୍ଯ୍ୟଦିବସ ରହିବ। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ଗତବର୍ଷ ଶୀତ ଅଧିବେଶନ ହୋଇପାରିନଥିଲା। ଅନ୍ୟପକ୍ଷେ ବଜେଟ୍‌ ଏବଂ ମୌସୁମୀ ଅଧିବେଶନକୁ କୋଭିଡ୍‌ ପାଇଁ କାଣ୍ଟଛାଣ୍ଟ କରାଯାଇଥିଲା। ସରକାରୀ ଭାବେ ଶୀତ ଅଧି‌ବେଶନ କେବେ ହେବ‌ ଘୋଷଣା ହୋଇନଥିଲେ ସୁଦ୍ଧା ନଭେମ୍ବର ୨୯ରେ ଅଧିବେଶନ ଆରମ୍ଭ ହେବ ଏବଂ ଡିସେମ୍ବର ୨୩ରେ ଅଧିବେଶନ ଶେଷ ହେବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ହୋଟେଲ୍‌ ସାଉଥ୍‌ସିଟି ବାର୍‌ରେ ଚଢ଼ଉ : ବାର୍‌ ମାଲିକ ଓ କନେଷ୍ଟବଳ ସଂଘ ସଂପାଦକ ଅଟକ

Sat Oct 23 , 2021
ସୁରକ୍ଷା ଦେବା ଅଭିଯୋଗରେ ବଦଳିଲେ ତମାଣ୍ଡୋ ଥାନାଧିକାରୀ ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ସାଉଥ୍‌ସିଟି ବାର୍‌ର କଳା କାରନାମା ପଦାରେ ପଡ଼ିଛି। ସେପ୍ଟେମ୍ବର ମାସରୁ ଲାଇସେନ୍ସ ଅବଧି ସରିଥିଲେ ବି ଏଠାରେ ବେଆଇନ ଭାବେ ବାର୍‌ ଚାଲିବା ସହ ବିଳମ୍ବିତ ରାତି […]
ହୋଟେଲ୍‌ ସାଉଥ୍‌ସିଟି ବାର୍‌ରେ ଚଢ଼ଉ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial