ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଶ୍ବକପ୍ ବିଜୟ

ଭାରତର ପ୍ରଥମ ବିଶ୍ବକପ୍ ପରାଜୟ

ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ମହାମୁକାବିଲାରେ ପାକିସ୍ତାନ ଠାରୁ ଭାରତ ଗତକାଲି ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହାସହିତ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ବିଶ୍ବକପ୍ ରେକର୍ଡ ଅତି ଦୟନୀୟ ଭାବେ ଭାଙ୍ଗିଛି। ଭାରତକୁ ୧୦ ୱିକେଟ୍‌ରେ ହରାଇ ପାକିସ୍ତାନ ବିଜୟ ହାସଲ କରିଛି। କୌଣସି ବିଶ୍ବକପ୍‌ରେ ମଧ୍ୟ ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ପ୍ରଥମ ବିଜୟ। ଏହାପୂର୍ବରୁ ଏକଦିବସୀୟ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ମିଶାଇ ପାକିସ୍ତାନ ବିପକ୍ଷରେ ଖେଳିଥିବା ସମସ୍ତ ୧୨ଟି ମ୍ୟାଚ୍‌ରେ ଭାରତ ଅପରାଜେୟ ଥିଲା। ଗତକାଲି କିନ୍ତୁ ଏହି ଧାରା ଅପ୍ରତ୍ୟାଶିତ ଢଙ୍ଗରେ ଭାଙ୍ଗିଯାଇଛି। ଟ୍ବେଣ୍ଟି-୨୦ରେ ମଧ୍ୟ ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ସବୁଠୁ ବଡ଼ ବିଜୟ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିପକ୍ଷରେ ଷଷ୍ଠ ମ୍ୟାଚ୍ ଖେଳି ପ୍ରଥମ ଥର ବିଜୟର ମିଠା ସ୍ବାଦ ଚାଖିଛି ପାକିସ୍ତାନ। ଗତକାଲି ମ୍ୟାଚ୍‌ ଆରମ୍ଭରୁ ପାକିସ୍ତାନର ରଣନୀତି ଆଗରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା। ସାହିନ ଆଫ୍ରିଦିଙ୍କ ଘାତକ ବୋଲିଂ ଯୋଗୁଁ ଭାରତ ୩୧ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ୫୭ ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କ ୩୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରି ସମ୍ମାନ ରଖିଥିଲା ଭାରତ। ଏହାର ଜବାବରେ ପାକିସ୍ତାନ ତାର ଯୁବ ଅଧିନାୟକ ବାବର ଆଜମ (୬୮) ଏବଂ ମହମ୍ମଦ ରିଜୱାନ (୭୯)ଙ୍କ ଧମାକାଦାର ବ୍ୟାଟିଂ ବଳରେ ୧୩ ବଲ୍ ପୂର୍ବରୁ ବିନା ୱିକେଟ୍‌ରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତର ସବୁ ଯୋଜନା, ଦୁବାଇରେ ଆଇପିଏଲ୍ ଖେଳିବାର ଅଭିଜ୍ଞତା, ପୂର୍ବ ପରିସଂଖ୍ୟାନ ଏବଂ ଶୀର୍ଷକ୍ରମର ପହାଡ଼ ଭଳି ରନ୍ ରେକର୍ଡ କିଛି ବି କାମ ଦେଇ ନଥିଲା। ସେପଟେ ପାକିସ୍ତାନ ଖେଳାଳିମାନେ ଏମିତି ଖେଳିଲେ ଯେ ଗତ ୧୨ ବିଶ୍ବକପ୍ ପରାଜୟର ପ୍ରତିଶୋଧ ଯେମିତି ଏକାଥରକେ ନେଇଗଲେ। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରମୁଖ ଦାବିଦାର କୁହାଯାଉଥିବା ଭାରତ ଟ୍ବେଣ୍ଟି-୨୦ରେ ପ୍ରଥମ ଥର ୧୦ ୱିକେଟ୍‌ରେ ହାରିବାର ଆଲୋଡ଼ା ରେକର୍ଡ କରିବା ଭାରତୀୟ ପ୍ରଶଂସକଙ୍କୁ ସବୁଠାରୁ ବେଶି ବ୍ୟଥିତ କରିଛି।

Share Now:

Kalinga News Beuro

Next Post

ବିନ୍ଦୁସାଗରକୁ ଡେଇଁ ଜୀବନ ହାରିଲେ ବି.ଟେକ୍‌ ଛାତ୍ର

Mon Oct 25 , 2021
ପୁରୁଣା ଭୁବନେଶ୍ବର: ‘ବହୁ ପୂର୍ବରୁ ମରିବାକୁ ଚାହୁଥିଲି। କିନ୍ତୁ କିଛି ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କ ଆଶ୍ବସନା ଆଜି ଯାଏ ମୋ‌‌ତେ ବଞ୍ଚି ରହିବାକୁ ବାଧିତ କରିଥିଲା। ମାତ୍ର ଏବେ ଶେଷ ସମୟ ଆସିଯାଇଛି। ମୁଁ ହସି ହସି ମରୁଛି। ଜୀବନ ବଡ଼ କଷ୍ଟକର। ପୃଥିବୀରେ ମଣିଷ ଥିବା ଭଳି ମୋତେ ଅନୁଭବ ହେଉନାହିଁ। ତେଣୁ ଏଠି ରହିବାକୁ ଇଛା ନାହିଁ, ହସି ହସି ବିଦାୟ ନେଉଛି। ସମସ୍ତଙ୍କୁ ଧନ୍ୟବାଦ୍, ଗୁଡ୍‌ […]
ଜୀବନ ହାରିଲେ ବି.ଟେକ୍‌ ଛାତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial