ରାଜ୍ୟରେ ଆସନ୍ତା ୨ ତାରିଖ ଯାଏଁ ପାଗରେ ପରିବର୍ତ୍ତନ

ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା

୭ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା

ଭୁବନେଶ୍ବର: ଆଜିଠାରୁ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୁଖିଲା ଓ ଖରାଟିଆ ରହିବ। କାଁଭାଁ କେଉଁଠି ମେଘୁଆ ରହିପାରେ। ଶ୍ରୀଲଙ୍କା ଉପକୂଳସ୍ଥ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଲଘୁଚାପର ପ୍ରଭାବରେ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଓଡ଼ିଶାର ୭ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ସୂଚନାଯୋଗ୍ୟ, ଗତ ୨୪ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ରାତ୍ରି ତାପମାତ୍ରା କମିବାର ନଜିର ରହିଛି। କିନ୍ତୁ ଅବଶିଷ୍ଟ ଓଡ଼ିଶାରେ ତାପମାତ୍ରା ସ୍ଥିର ରହିଛି। ଅପରପକ୍ଷେ ପଅରଦିନ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ଆଜି ମଧ୍ୟ କଟକ, ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ପରିଲକ୍ଷିତ ହୋଇଛି।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ଡ୍ରାଇଭର୍ ମହାସଂଘର ବିଶାଳ ରାଲି: ନବୀନ ନିବାସ ଅଭିମୁଖେ ପଦଯାତ୍ରା

Fri Oct 29 , 2021
ଭୁବନେଶ୍ବର: ବିଭିନ୍ନ ଦାବିପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଏନେଇ ରାଜଧାନୀରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଛି। ନବୀନନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା କରୁଛନ୍ତି। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି ଡ୍ରାଇଭର। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ […]
ଡ୍ରାଇଭର୍ ମହାସଂଘର ବିଶାଳ ରାଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial