କୋହଳ ହେଲା କରୋନା କଟକଣା : ବିବାହ-ବ୍ରତ-ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ୨୫୦ ଜଣ

କଟକଣା କୋହଳ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ। ତେବେ ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ଅନ୍ୟପଟେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସାମାଜିକ ଦୂରତା, ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। ତତସହିତ ଛୋଟ ପିଲା, ଗର୍ଭବତୀ ମହିଳା ଓ ବୟସ୍କ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରିଛି ବିଏମସି। ଆଗକୁ ପାର୍ବଣ ଋତୁ ଆସୁଛି। ତେଣୁ ଏହାକୁ ଲକ୍ଷ୍ୟ ରଖି ବିଏମସି ଏପରି ଗାଇଡଲାଇନ୍ ଜାରି କରିଛି। କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ବିଏମସି ତରଫରୁ ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଥିଲା। ଯେଉଁଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଥିଲା। ବତର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ବିଏମ୍‌ସି ଗୋଟିଏ ପରେ ଗୋଟିଏ କଟକଣା କୋହଳ କରୁଛି।

Share Now:

Kalinga News Beuro

Next Post

ଯୁବ ସାମ୍ବାଦିକଙ୍କୁ ମାଡ଼ମାରି ବୁମ୍‌ ଛଡ଼ାଇ ନେଲା ଦୁର୍ବୃତ୍ତ

Sat Oct 30 , 2021
ଧଉଳି: ଆଜି ମଧ୍ୟାହ୍ନରେ ଧଉଳି ଥାନା ଅଧୀନ ସରଦେଇପୁର ସ୍ଥିତ ଡାକବଙ୍ଗଳା ନିକଟରେ ଜଣେ ଦୁର୍ବୃତ୍ତ ଯୁବ ସାମ୍ବାଦକଙ୍କୁ ମାଡ଼ମାରି ବୁମ୍‌ ଛଡ଼ାଇ ନେଇଛି। ଏସଂପର୍କରେ ସଂପୃକ୍ତ କର୍ତ୍ତବ୍ୟରତ ସାମ୍ବାଦିକ ସନ୍ତୋଷ କୁମାର ଚିହ୍ନରା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ସନ୍ତୋଷଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା। ଦୁର୍ବୃତ୍ତ ଜଣକ ବୁମ ଛଡ଼ାଇ ନେବାପରେ ଫିଙ୍ଗି ଦେଇଥିବା ଭାବି […]
ମାଡ଼ମାରି ବୁମ୍‌ ଛଡ଼ାଇ ନେଲା ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial