ଗାଧୋଇବା ବେଳେ ପାଣିରେ ବୁଡି ଦୁଇ ହାଇସ୍କୁଲ ଛାତ୍ର ମୃତ

ପାଣିରେ ବୁଡି ଦୁଇ ହାଇସ୍କୁଲ ଛାତ୍ର ମୃତ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର-ଆନନ୍ଦପୁର ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଭାସିଯାଇ ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି। ହିମାଂଶୁଙ୍କ ମୃତଦେହକୁ ୧ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ୩ଘଣ୍ଟା ପରେ ମାନସଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ମାନସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପନ୍ଦାଡ଼ ଗାଁର ପଦ୍ମନାଭ ଦାସଙ୍କ ପୁଅ ୧୦ମ ଶ୍ରେଣୀର ଛାତ୍ର ମାନସ ଦାସ ଏବଂ ଅନ୍ୟ ଜଣକ ନିକଟସ୍ଥ ପଦରୁଖା ଗାଁର ବିଶ୍ୱନାଥ ରାଉତଙ୍କ ପୁଅ ନବମ ଶ୍ରେଣୀର ଛାତ୍ର ହିମାଂଶୁ ରାଉତ। କେନାଲରେ ଆଜି ଦିନ ଗୋଟାଏ ବେଳେ ଚାରି ଜଣ ଛାତ୍ର ସାଙ୍ଗ ହୋଇ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ଏହି ଦୁଇ ଜଣ ଭାସିଯାଇ ନିଖୋଜ ହୋଇଯାଇ ଥିଲେ। ଖବର ପାଇ ହାଟଡ଼ିହି ଓ ଆନନ୍ଦପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କେନାଲରେ ପାଣି ଛାଡ ହୋଇଥିବାରୁ ୧୫ଫୁଟ ଉଚର ପାଣି ପ୍ରବାହିତ ହେଉଥିଲା। ଫଳରେ ଉଦ୍ଧାର କରିବାରେ ବିଳମ୍ବ ଘଟିଥିଲା। ଏପରି ଦୁଃଖଦ ଘଟଣାରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Share Now:

Kalinga News Beuro

Next Post

ଯୁବତୀଙ୍କୁ ଅସଦାଚରଣ ମାମଲା: ପାଣ୍ଡରାରୁ ଧରାପଡ଼ିଲା ପ୍ରକାଶ

Sun Oct 31 , 2021
ଦୁର୍ଘଟଣା ପରେ ଘଟାଇଥିଲା ଜଘନ୍ୟକାଣ୍ଡ, ରକ୍ତାକ୍ତ ଆକ୍ରମଣ ବି କରିଥିଲା ଭୁବନେଶ୍ବର: ରସୁଲଗଡ଼ ଛକରେ ଯୁବତୀଙ୍କୁ ବାଇକ୍‌ରେ ଧକ୍କା କରିବା ପରେ ରକ୍ତାକ୍ତ ଆକ୍ରମଣ ସହ ରାସ୍ତାରେ ଗଡ଼ାଇ ତଡ଼ାଇ ଅସଦାଚରଣ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ରସୁଲଗଡ଼ ଅଞ୍ଚଳର ବାପୁନି ଛୋଟରାୟ(୩୧) ଓରଫ ପ୍ରକାଶ। ତାର ବାଇକ୍ ମଧ୍ୟ ଜବତ କରିଛି ପୁଲିସ। ପୁଲିସ ସୂଚନା ଅନୁସାରେ, ଏଭଳି ସାଂଘାତିକ କାଣ୍ଡ ଘଟାଇବା […]
ପାଣ୍ଡରାରୁ ଧରାପଡ଼ିଲା ପ୍ରକାଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial