ନିମାପଡ଼ା ତହସିଲଦାରଙ୍କ ଘରେ ପଶିଲା ଭିଜିଲାନ୍ସ ଚଢ଼ାଉ

ନିମାପଡ଼ା ତହସିଲଦାର

କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ କ୍ବାର୍ଟର ଏବଂ କଟକ ସିଡିଏରେ ଥିବା ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ଦିନ ପ୍ରାୟ ୫ଟା ସମୟରେ ପୁରୀ ଜିଲ୍ଲାର ନିମାପଡ଼ା ତହସିଲଦାର ତଥା ଏବଂ ଇନ୍-ଚାର୍ଜ ସବ୍-ରେଜିଷ୍ଟ୍ରାର୍ ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ପୁରୀର ସରକାରୀ ବାସଭବନରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କୁ ଅଟକାଯାଇଥିଲା। ରାମଚନ୍ଦ୍ର ଜେନାଙ୍କଠାରୁ ନଗଦ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା, ଯାହାର ସେ ସନ୍ତୋଷଜନକ ଭାବରେ ହିସାବ କରିପାରିନଥିଲେ। ଆହୁରି ମଧ୍ୟ ନିମାପଡ଼ାଠାରେ ତାଙ୍କ ସରକାରୀ କ୍ୱାର୍ଟରର ଘର ଖୋଜାଖୋଜି ବେଳେ ନଗଦ ୫୦ ହଜାର ଟଙ୍କା ମିଳିଛି। ଠିକ୍ ସେହିପରି କଟକର ସିଡିଏ ସେକ୍ଟର-୧୧ଠାରେ ଥିବା ତାଙ୍କ ବାସଭବନ, ଯାଜପୁର ଜିଲ୍ଲାର ଧାନମଣ୍ଡଳ, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ଜଣେ ଅତିରିକ୍ତ ଏସପି, ସାତ ଜଣ ଡିଏସପି, ଦୁଇଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଚାଲିଥିବାର ଖବର ମିଳିଛି। ରାମଚନ୍ଦ୍ର ଜେନାଙ୍କ ସଂପତ୍ତିର ଆକଳନ ଚାଲିଛି। ଏନେଇ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ସମ୍ବଲପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି: ୧୫୫୩ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ

Wed Nov 3 , 2021
କୁଚିଣ୍ଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ। କୁଚିଣ୍ଡାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କାର୍ଡ଼ ଗ୍ରହଣ କରିଛନ୍ତି। ଏଥିସହିତ, ସମ୍ବଲପୁର ପାଇଁ ୧୫୫୩ କୋଟି ଟଙ୍କାର ୪୪୫ […]
ନବୀନଙ୍କ ଦୀପାବଳି ଭେଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial