କରୋନାକୁ ହରାଇବା ପାଇଁ ‘ମୋଲନୁପିରାଭିର’କୁ ବ୍ରିଟେନ ଦେଲା ମଞ୍ଜୁରୀ

‘ମୋଲନୁପିରାଭିର’

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଚିକିତ୍ସା ପାଇଁ ମର୍କ କମ୍ପାନୀର ବଟିକା ବ୍ୟବହାରକୁ ମିଳିଲା ଅନୁମୋଦନ। ଏହା କୋଭିଡ -୧୯ର ସଫଳ ଚିକିତ୍ସାରେ ସହାୟକ ହେବ ବୋଲି ବିଶ୍ବର ପ୍ରଥମ ଆଣ୍ଟିଭାଇରାଲ ବଟିକାର ସର୍ତ୍ତମୂଳକ ବ୍ୟବହାରକୁ ବ୍ରିଟେନ ଅନୁମୋଦନ କରିଛି। ବ୍ରିଟେନ ହେଉଛି ପ୍ରଥମ ଦେଶ ଯିଏ ଏହି ବଟିକା ଦ୍ବାରା କରୋନାର ଚିକିତ୍ସା କରିବା ପାଇଁ ଅନୁମତି ଦେଇଛି। ହେଲେ ଏହି ବଟିକା କେତେ ଶୀଘ୍ର ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ୧୮ବର୍ଷରୁ ଅଧିକ ବୟସର କରୋନା ସଂକ୍ରମିତ ଲୋକଙ୍କୁ ଏହି ବଟିକା ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏହି ଔଷଧର ନାମ ହେଉଛି ‘ମୋଲନୁପିରାଭିର’। କୋଭିଡର ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ଦିନକୁ ଦୁଇଥର ଏହି ବଟିକା ଖାଇବାକୁ ପଡିବ। ଏହି ଆଣ୍ଟିଭାଇରାଲ୍ ବଟିକା କରୋନାର ଲକ୍ଷଣକୁ ହ୍ରାସ କରିବ ଏବଂ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିବ। ଡାକ୍ତରଖାନାଗୁଡ଼ିକର ଭାର ହ୍ରାସ କରିବା ପାଇଁ ଏବଂ ଗରିବ ଦେଶରେ ସଂକ୍ରମଣକୁ ରୋକିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ

Thu Nov 4 , 2021
ପାଟନା: ବିହାରର ପଶ୍ଚିମ ଚମ୍ପାରଣରେ ଜୁଲାଇ ମାସରେ ବିଷାକ୍ତ ମଦ ପିଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା। କିଛିଦିନ ତଳେ ଏହି ବିଷାକ୍ତ ମଦ ପିଇ ପୁଣି ୮ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତ ମୃତକ ଗୌତମ ଥାନା ଅନ୍ତର୍ଗତ ଦକ୍ଷିଣୀ ତେଲହୁଆ ଗାଁର ବୋଲି ଜଣାପଡିଛି। ମୃତକଙ୍କ ପରିବାର ଲୋକଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟାରେ ମଦ ପିଇବା ପରେ ହଠାତ୍ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। […]
ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial