ଆର୍ୟନ୍ ଖାନ୍ ଅପହରଣ ଷଡ଼ଯନ୍ତ୍ରରେ ସୀମର ୱାଙ୍ଖେଡ଼େ ସାମିଲ ଥିଲେ: ନବାବ ମଲିକ

ଆର୍ୟନ୍ ଖାନ୍ ଅପହରଣ ଷଡ଼ଯନ୍ତ୍ର

ମୁମ୍ବାଇ: ଆର୍‌ୟନ୍‌ ଖାନ୍‌ଙ୍କୁ ଅପହରଣ କରିବା ଷଡ଼ଯନ୍ତ୍ରରେ ମୁମ୍ବାଇ ‘ଏନ୍‌ସିବି’ର କ୍ଷେତ୍ରୀୟ ନିର୍ଦେଶକ ସୀମର ୱାଙ୍ଖେଡ଼େ ମଧ୍ୟ ସାମିଲ ଥିଲେ ବୋଲି ଆଜି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଅଭିଯୋଗ କରିଛନ୍ତି। ସାମ୍ବାଦିକମାନଙ୍କୁ ମଲିକ କହିଛନ୍ତି ଯେ, ଉକ୍ତ ଷଡ଼ଯନ୍ତ୍ରର ‘ମାଷ୍ଟର୍‌ମାଇଣ୍ଡ୍‌’ ହେଉଛନ୍ତି ‘ବିଜେପି’ ନେତା ମୋହିତ ଭାରତୀୟ। ଓଶିୱାରା ଉପନଗରୀରେ ଥିବା ଗୋଟାଏ ଶ୍ମଶାନରେ ୱାଙ୍ଖେଡ଼େ ଭାରତୀୟଙ୍କୁ ଭେଟିଥିଲେ। କିନ୍ତୁ, ୱାଙ୍ଖେଡ଼େଙ୍କ ଯୋଗ ଭଲ, ପୁଲିସର ‘ସିସିଟିଭି’ କାମ କରୁ ନ ଥିବାରୁ ଆମେ ସେ ଦୃଶ୍ୟର ‘ଫୁଟେଜ୍‌’ ପାଇବାରୁ ବଞ୍ଚିତ ହୋଇଛୁ। ସେଥିପାଇଁ ଭୟଭୀତ ହୋଇ ୱାଙ୍ଖେଡ଼େ ଅଭିଯୋଗ ଦାଏର କଲେ ଯେ, ତାଙ୍କୁ ଅନୁସରଣ କରାଯାଉଛି। ସମୀର ୱାଙ୍ଖେଡ଼େ ଦୁବାଇ ଏବଂ ମାଳଦ୍ବୀପ‌କୁ ଯାଇଥିଲେ ଏବଂ ‘ବିଜେପି’ ନେତା ମୋହିତ ଭାରତୀୟ ଓରଫ ମୋହିତ କମ୍ପୋଜଙ୍କୁ ଭେଟିଥିଲେ ବୋଲି ନବାବ ମଲିକ କରୁଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ଆଜି ‘ଏନ୍‌ସିବି’ର ଅଧିକାରୀମାନେ ତାଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି। ‌‘ଏନ୍‌ସିବି’ ଅଧିକାରୀମାନେ କହିଛନ୍ତି, ଅଭିଯୋଗ ନ କରି ମଲିକ ଅଦାଲତକୁ ଯାଉନାହାନ୍ତି କାହିଁକି? ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ୱାଙ୍ଖେଡ଼େ ‘ଏନ୍‌ସିବି’ର ସୂଚନାଦାତା ନ ଥିଲେ କି, ସାମ୍‌ ଡି’ସୌଜାଙ୍କ ସହ ଯୋଗାଯୋଗ ରଖୁ ନ ଥିଲେ। ସାମ୍‌ ଏବଂ ‘ଏନ୍‌ସିବି’ ଅଧିକାରୀ ଭି. ଭି. ସିଂହଙ୍କ ମଧ୍ୟରେ ଟେଲିଫୋନ୍‌ରେ ହୋଇଥିବା କଥାବାର୍ତ୍ତା ସଂକ୍ରାନ୍ତରେ ସଫେଇ ଦେଇ ‘ଏନ୍‌ସିବି’ର ଅଧିକାରୀମାନେ କହିଛନ୍ତି, ଏଥିରେ କିଛି ତ୍ରୁଟି ନାହିଁ। ବାରମ୍ବାର ଫୋନ୍‌ ନମ୍ବର ପରିବର୍ତ୍ତନ ନ କରିବାକୁ ଅଫିସରମାନେ ସାମ୍‌ଙ୍କୁ ଚେତାବନୀ ଦେଉଥିଲେ। ତେଣେ, ସମୀର ୱାଙ୍ଖେଡ଼େଙ୍କ ବାପା ଧ୍ୟାନଦେବ କର୍ଚୁଜୀ ୱାଙ୍ଖେଡ଼େ ମୁମ୍ବାଇ ହାଇକୋର୍ଟରେ ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ନବାବ ମଲିକଙ୍କ ନାମରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି।

Share Now:

Kalinga News Beuro

Next Post

୨୦୧୫ ପରେ ଚେନ୍ନାଇରେ ସବୁଠୁ ଅଧିକ ବୃଷ୍ଟିପାତ : ବନ୍ୟା ସତର୍କ ସୂଚନା ଜାରି

Sun Nov 7 , 2021
ଚେନ୍ନାଇ: ଗତରାତିରୁ ଆଜି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେତୁ ଚେନ୍ନାଇ ନଗର ଓ ଉପନଗର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ୨୦୧୫ ପରେ ଏହା ହେଉଛି ଚେନ୍ନାଇରେ ସବୁଠୁ ଅଧିକ ବୃଷ୍ଟିପାତ। ସହରରେ ଥିବା ଦୁଇଟି ଜଳଭଣ୍ଡାର ଖୋଲା ଯିବାର ସମ୍ଭାବନା ଉପୁଜିଥିବାରୁ ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ ପ୍ରାରମ୍ଭିକ ବନ୍ୟା ସତର୍କସୂଚନା ଜାରି କରିଛନ୍ତି। ତାମିଲନାଡୁର ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍‌ ଟୁଇଟ୍‌ କରି କହିଛନ୍ତି, ଆରବ ସାଗରରେ […]
ବନ୍ୟା ସତର୍କ ସୂଚନା ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial