ବାପାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗରେ ଜେଲ୍‌ ଗଲା ପୁଅ

ତଣ୍ଟି ଚିପି ବାପାଙ୍କୁ ହତ୍ୟା

ପାଟଣାଗଡ଼/ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘାଘୁର୍ଲି ଗାଁରେ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଛି ପୁଅ। ଏହି ମାମଲାରେ ଅଭିଯୁକ୍ତ ପୁଅ ଜେଲ୍‌ ଯାଇଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଘାଘୁର୍ଲି ଗାଁର ବୈକୁଣ୍ଠ ମାଝୀ ନିଜ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ତାଙ୍କ ମଝିଆ ପୁଅ ମହେଶ୍ବର ମଦ୍ୟପାନ କରି ଘରକୁ ଆସିଥିଲା। ଏହାକୁ ନେଇ ବାପା- ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମହେଶ୍ବର ପ୍ରଥମେ ଏକ ରଫାରେ ଆକ୍ରମଣ କରିଥିଲା। ବୈକୁଣ୍ଠ ତଳେ ପଡ଼ିଯିବା ପରେ ମହେଶ୍ବର ତାଙ୍କ ତଣ୍ଟି ଚିପି ଦେଇଥିଲା। ଗୁରୁତର ଅବସ୍ଥାରେ ବୈକୁଣ୍ଠଙ୍କୁ ଆଖପାଖ ଲୋକେ ଉଦ୍ଧାର କରି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ବୈକୁଣ୍ଠଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବେଲପଡ଼ା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ଥାନା କେସ୍‌ ନଂ ୨୪୬/୨୧ରେ ଏକ ମାମଲା ରୁଜୁ କରି ହତ୍ୟା ଅଭିଯୁକ୍ତ ମହେଶ୍ବରକୁ ପୁଲିସ କୋର୍ଟ ଚାଲାଣ କରିଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

‘ବିଟ୍‌କଏନ୍‌’ ସ୍କାମ୍‌ର ଅଭିଯୁକ୍ତ ‘ଜନଧନ ଆକାଉଣ୍ଟ୍‌’ ‘ହ୍ୟାକ୍‌’ କରି ୬୦୦୦ କୋଟି ଲୁଟ କରିଛନ୍ତି: କୁମାରସ୍ବାମୀ

Fri Nov 12 , 2021
ବେଙ୍ଗାଲୁରୁ: ‘ବିଟ୍‌କଏନ୍‌’ ସ୍କାମ୍‌ର ଅଭିଯୁକ୍ତମାନେ ‘ଜନଧନ ଆକାଉଣ୍ଟ୍‌’ ‘ହାଇଜାକ୍‌’ କରିବା ସହ ପ୍ରତି ଆକାଉଣ୍ଟ୍‌ରୁ ୨ ଟଙ୍କା କରି ସମୁଦାୟ ପ୍ରାୟ ୬୦୦୦ କୋଟି ଟଙ୍କା ଟ୍ରାନ୍‌ସ୍‌ଫର୍‌ କରି ନେଇଥିବା କଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଅଭିଯୋଗ କରିଛନ୍ତି। କୁମାରସ୍ବାମୀ କହିଛନ୍ତି, ଜନଧନ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ସୂଚନା ପାଇଛି। ଏ କଥାରେ କେତେ ସତ୍ୟତା ଅଛି ତାହା ଜାଣେନା। ସମୁଦାୟ ୬ କୋଟି ଟଙ୍କା ହେବ। କେବଳ […]
‘ବିଟ୍‌କଏନ୍‌’ ସ୍କାମ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial