ପୁଲିସ ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହେଲେ ଦୁଇ ଯୁବକ

ପୁଲିସ ଚାକିରି ଦେବା ନାଁରେ ଠକେଇ

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଠକି ନେଇଥିବା ଦୁଇ ଜଣ ଠକ ଗିରଫ ହୋଇଥିବାର ସୂଚନା ମିଳିଛି। ଉଭୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା। ଦୁହେଁ ୩୮ ଜଣ ପୁଲିସ ଚାକିରି ଆଶାୟୀଙ୍କଠାରୁ ପାଖାପାଖି ଦେଢ଼ କୋଟି ଠକି ନେଇଥିଲେ। ଏହି ଦୁଇ ଠକ ପୁଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରି କରେଇ ଦେବା ନାଁରେ ଠକେଇ କରିଥିଲେ। ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ଠକେଇ କରିଥିଲେ। ଗିରଫ ବେଳେ ସେମାନଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ ଓ ଜାଲି ପରିଚୟ ପତ୍ର ଜବତ କରାଯାଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅଭିଯୁକ୍ତମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଥିବା ଜଣାଯାଇଛି।

Share Now:

Kalinga News Beuro

Next Post

୮ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

Fri Nov 12 , 2021
ଭୁବନେଶ୍ବର: ରାଜ୍ୟ ସରକାର ଏବେ ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କରାଯାଇଛି। ଏହି ୮ ଜଣଙ୍କ ମଧ୍ୟରୁ ନିମାପଡ଼ାର ପୂର୍ବତନ ତହସିଲଦାର ତଥା ସବ୍ ରେଜିଷ୍ଟାର ଦାୟିତ୍ବରେ ଥିବା ଓ.ଏ.ଏସ୍ ଅଧିକାରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ […]
୮ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial