ତ୍ରିପୁରାରେ ଗିରଫ ହୋଇଥିବା ୨ ଓଡ଼ିଆ ସାମ୍ବାଦିକାଙ୍କୁ ମିଳିଲା ଜାମିନ

ଓଡ଼ିଆ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ତ୍ରିପୁରାରରେ ଗିରଫ ଦୁଇ ସାମ୍ବାଦିକଙ୍କୁ ଜାମିନ ମିଳିଛି। ସାଂପ୍ରଦାୟିକ ଉତ୍ତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଦୁଇ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିଲା। ଏମାନେ ହେଲେ ଝାରସୁଗୁଡାର ସାମ୍ବାଦିକା ସମ୍ରିଦ୍ଧି କେ. ସକୁନିଆ ଏବଂ ଅନ୍ୟଜଣେ ସାମ୍ବାଦିକା ସ୍ବର୍ଣ୍ଣ ଝା। ତେବେ ସାଂପ୍ରଦାୟିକ ହିଂସା ବେଳେ ମସଜିଦ ଓ ମୁସଲମାନଙ୍କ ସମ୍ପତ୍ତି ନଷ୍ଟ ଭଳି କିଛି ଭିଡିଓ ଏମାନେ ଟ୍ୱିଟ କରିଥିବା ଅଭିଯୋଗ ରହିଛି। କୁହାଯାଉଛି ଯେ, ଏକ ସ୍ଥାନୀୟ ହିନ୍ଦୁ ସଂଗଠନର ଅଭିଯୋଗ ଆଧାରରେ ଦୁଇ ସାମ୍ବାଦିକାଙ୍କୁ ଗିରଫ କରିଥିଲା ତ୍ରିପୁରା ପୁଲିସ। ଶନିବାର ଏମାନେ ରହୁଥିବା ହୋଟେଲରେ ପ୍ରଥମେ ଦୁହିଁଙ୍କୁ ଅଟକ ରଖିଥିଲା ପୁଲିସ। ପରେ ରବିବାର ଛାଡି ଦେଇଥିଲେ ମଧ୍ୟ ପୁଣି ଆସାମରେ ଉଭୟଙ୍କୁ ଅଟକ ରଖି ତ୍ରିପୁରା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଏବେ ଦୁହିଁଙ୍କୁ ଜାମିନ ମିଳିଥିବା ଜଣାପଡିଛି। ହେଲେ ତ୍ରିପୁରା ପୁଲିସର ପଦକ୍ଷେପକୁ ନିନ୍ଦା କରିଛି ଏମାନେ କାମ କରୁଥିବା ସଂସ୍ଥା ଏଚଡବ୍ଲୁ ନ୍ୟୁଜ ନେଟୱର୍କ। ଦୁଇ ସାମ୍ବାଦିକା କେବଳ ଘଟଣା ସଂପର୍କରେ ରିପୋର୍ଟିଂ କରୁଥିଲେ ବୋଲି ସଂସ୍ଥା କହିଛି। ଏହାପରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଏମାନଙ୍କ ଗିରଫଦାରିକୁ ନିନ୍ଦା କରାଯାଇଛି।

Share Now:

Kalinga News Beuro

Next Post

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ: ଗୋବିନ୍ଦ ସାହୁ ଓ ସହଯୋଗୀ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର

Mon Nov 15 , 2021
କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀଙ୍କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାସ୍ଥିତ ଜେଏମ୍‌ଏଫ୍‌ଏସ୍‌ରେ ହଜାର କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ଯୋଗୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ। ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ […]
ମମିତା ହତ୍ୟାକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial