ଫାଇଜର କମ୍ପାନୀର “ପାକ୍ସଲୋଭିଡ୍” ୯୫ଟି ଦେଶରେ ଉତ୍ପାଦନ ଓ ବିକ୍ରି ହେବ

ଫାଇଜର କରୋନା ଔଷଧ

ନୂଆଦିଲ୍ଲୀ : ବିଶ୍ବର ୯୫ଟି ଦେଶରେ ମିଳିପାରିବ ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଦ୍ବାରା ପ୍ରସ୍ତୁତ କରୋନା ଔଷଧ। ଏଥିପାଇଁ ଫାଇଜର ଜାତିସଂଘ ଅନୁବନ୍ଧିତ ଏକ ସଂସ୍ଥା ସହ ଚୁକ୍ତି କରିଛି। ଜେନିଭା ଭିତ୍ତିକ ଏହି ସଂସ୍ଥା ହେଉଛି ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍। ଏହି ଚୁକ୍ତି ଫଳରେ ଅନ୍ୟ ଔଷଧ ଉତ୍ପାଦକମାନେ ଏହି ଔଷଧର ଉତ୍ପାଦନ କରିପାରିବେ ଓ ବିଶ୍ବର ୯୫ଟି ଗରିବ ଓ ବିକାଶଶୀଳ ଦେଶରେ ବିକ୍ରି କରିପାରିବେ। ଏହି ଚୁକ୍ତିକୁ ଏକ ଉଲ୍ଲେଖନୀୟ ଘଟଣା ବୋଲି କୁହାଯାଉଛି, କାରଣ ଏହା ଦ୍ବାରା ବିଶ୍ବର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ। ଏହି ଚୁକ୍ତି ସଂପର୍କରେ ଫାଇଜର ପକ୍ଷରୁ କୁହାଯାଇଛି ଯେ ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ସଂସ୍ଥା ବିଶ୍ବର ବିଭିନ୍ନ ଜେନେରିକ ଔଷଧ ଉତ୍ପାଦକଙ୍କୁ କରୋନା ଔଷଧର ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିବ। ଏହା ଦ୍ବାରା ବିଶ୍ବର ପ୍ରାୟ ୫୩ ପ୍ରତିଶତ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ। ତେବେ ଋଷିଆ, ଚୀନ ପ୍ରଭୃତି କେତେକ ବୃହତ ରାଷ୍ଟ୍ରଗୁଡ଼ିକୁ ଏହି ଚୁକ୍ତିରୁ ବାଦ ଦିଆଯାଇଛି। ଫାଇଜର ପକ୍ଷରୁ ପ୍ରସ୍ତୁତ ଏହି କରୋନା ଔଷଧର ନାଁ ରଖାଯାଇଛି ପାକ୍ସଲୋଭିଡ୍। ଏହି ଔଷଧ ସେବନ କଲେ କରୋନା ରୋଗ ଗୁରୁତର ସ୍ତରକୁ ଯାଏ ନାହିଁ ଓ ରୋଗୀକୁ ହସପିଟାଲରେ ଚିକିତ୍ସିତ ହେବାକୁ ପଡେ ନାହିଁ। କ୍ଲିନିକାଲ ପରୀକ୍ଷଣରେ ଏହି ଔଷଧ ୮୯ ପ୍ରତିଶତ ପ୍ରଭାବି ବୋଲି କମ୍ପାନି ଦାବି କରିଛି।

Share Now:

Kalinga News Beuro

Next Post

ନରାଜରେ ଟିପିସିଓଡିଏଲ୍ ପକ୍ଷରୁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

Tue Nov 16 , 2021
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମଙ୍ଗଳବାରଦିନ କଟକ ଜିଲ୍ଲାର ନରାଜ ଗ୍ରାମ ପଞ୍ଚାୟତର ତଳଗଡ଼ ଗ୍ରାମରେ ଏହାର ପ୍ରଥମ ଧନ୍ଦାମୂଳକ ପ୍ରଶିକ୍ଷଣ ତଥା ଟ୍ୟୁଟୋରିଆଲ କେନ୍ଦ୍ର ଖୋଲାଯାଇଛି। ଟିପିସିଓଡିଏଲର ସିଇଓ ଏମ୍ ସେନବାଗମ୍ ଓ କଂପାନିର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ। କଂପାନିର […]
ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial