ତୃତୀୟ ଲହରରେ ଶିଶୁଙ୍କ ଜୀବନ ପ୍ରତି ବିପଦ ନାହିଁ : ଆରଏମଆରସି ସର୍ଭେ

ତୃତୀୟ ଲହରରେ ଶିଶୁଙ୍କ ଜୀବନ ପ୍ରତି ବିପଦ ନାହିଁ

ଭୁବନେଶ୍ବର: ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବାର ଆଶଙ୍କା କମ। ଆରଏମଆରସି କରିଥିବା ଗବେଷଣାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୨୦ ମାର୍ଚ୍ଚରୁ ୨୦୨୧ ଅଗଷ୍ଟ ମଧ୍ୟରେ କରାଯାଇଥିବା ନମୁନା ପରୀକ୍ଷାରେ ୧୮ବର୍ଷରୁ ଅଧିକ ବର୍ଷର ଯେତିକି ଲୋକ ସଂକ୍ରମିତ ହୋଇଥିଲେ, ଠିକ୍ ସମାନ ହାରରେ ଶିଶୁ ବି ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେଣୁ ଆଗାମୀ ଦିନରେ ଯଦି କୌଣସି ଲହର ଆସେ ତେବେ ସେଥିରେ ଯେ କେବଳ ଶିଶୁ ହିଁ ସଂକ୍ରମିତ ହେବେ ତାହା କୁହାଯାଇପାରିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି। ଦେଶରେ କରୋନା ସ୍ଥିତି ସୁଧୁରୁଥିବା ବେଳେ ସଂକ୍ରମଣ ମାତ୍ରା କମୁଛି। ଏହା ସହ ତୃତୀୟ ଲହର କେବେ ଆସିବ କିଛି ସ୍ପଷ୍ଟ ହୋଇନାହିଁ। ହେଲେ ଯଦି ତୃତୀୟ ଲହର ଆସେ, ତାହେଲେ ଏଥିରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହୋଇପାରନ୍ତି ବୋଲି ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ନିକଟରେ ରିଜନାଲ ମେଡିକାଲ ରିସର୍ଚ ସେଣ୍ଟର, ଆରଏମଆରସି କରିଥିବା ସର୍ଭେରୁ ଜଣାପଡ଼ିଛି ଯେ ଏହି ଆଶଙ୍କା ଅମୂଳକ। ତୃତୀୟ ଲହରରେ ପିଲାମାନେ ଯେ, ଅଧିକ ସଂକ୍ରମିତ ହେବେ ସେନେଇ କୌଣସି ସୂଚନା ମିଳୁନାହିଁ। ଆଇସିଏମଆର, ଭୁବନେଶ୍ୱର ଆରଏମଆରସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ୫ ଲକ୍ଷ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରିଥିଲେ। ୨୦୨୦ ମାର୍ଚ୍ଚ ୭ରୁ ୨୦୨୧ ଅଗଷ୍ଟ ୧୭ ପର୍ଯ୍ୟନ୍ତ ୫ ଲକ୍ଷ ୫୩ ହଜାର ନମୁନାର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଏଥିରୁ ମୋଟ୍ ୭୫ ହଜାର ସଂକ୍ରମିତ ରିପୋର୍ଟ ଆସିଥିବା ବେଳେ ୫ ହଜାର ୯୮୮ ଜଣଙ୍କ ବୟସ ୧୮ ବର୍ଷ ଭିତରେ ଥିଲା। ଏହି ରିପୋର୍ଟ କହୁଛି ଯେ, ଅନ୍ୟ ବର୍ଗର ଲୋକମାନେ ଯେତେମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସମାନ ଭାବେ ଶିଶୁବର୍ଗ ମଧ୍ୟ ସଂକ୍ରମିତ ହୋଇଛନ୍ତି। ପିଲାମାନେ ଯେ ଅଧିକ ସଂକ୍ରମିତ ହେଉଛନ୍ତି, ଏହି ସର୍ଭେରୁ ସେଭଳି କିଛି ରିପୋର୍ଟ ମିଳିନାହିଁ। ସୂଚନାଯୋଗ୍ୟ ଯେ, ବିଦେଶରେ ପିଲାଙ୍କୁ ଟିକା ଦିଆଯାଉଥିବା ବେଳେ ଭାରତରେ ଏହା ଆରମ୍ଭ ହୋଇନାହିଁ। ତେବେ ଦେଶରେ ଖୁବଶୀଘ୍ର ପିଲାଙ୍କ ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଶ୍ରେଷ୍ଠ ଥାନା ପୁରସ୍କାର ଓ ଟ୍ରଫି ପାଇଲେ ଓଡ଼ିଶାର ଗାଙ୍ଗପୁର ଥାନା ଅଧିକାରୀ

Fri Nov 19 , 2021
ଭଞ୍ଜନଗର: ଓଡ଼ିଶାର ଏକମାତ୍ର ଥାନା ଭାବେ ଗାଙ୍ଗପୁର ଥାନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧାର୍ଯ୍ୟ କରିଥିବା ସମସ୍ତ ମାନଦଣ୍ଡ ପୂରଣ କରି ଦେଶର ଶ୍ରେଷ୍ଠ ଦ୍ବିତୀୟ ଥାନା ଭାବେ ଘୋଷାଣା ହେବା ପରେ ଆଜି ଥାନା ଧିରେଶ କୁମାର ଦାସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ୍ ଡିଜି ଅଭୟ କୁମାର ମଧ୍ୟ ପୁରସ୍କାର ଗ୍ରହଣ କରିବା ସମୟରେ ଉପସ୍ଥିତ […]
ଗାଙ୍ଗପୁର ଥାନା ଅଧିକାରୀ ପାଇଲେ ଶ୍ରେଷ୍ଠ ଥାନା ପୁରସ୍କାର ଓ ଟ୍ରଫି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial