ପ୍ରିପେଡ୍ ଦର ବଢାଇଲା ଏୟାରଟେଲ

ପ୍ରିପେଡ୍ ଦର ବଢାଇଲା ଏୟାରଟେଲ୍

ନୂଆଦିଲ୍ଲୀ : ଦେଶର ସବୁ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା ହୋଇଚାଲିଛି। ଏବେ ଏଥିରେ ଯୋଡ଼ି ହୋଇଛି ଟେଲିକମ ସେବା ପରି ଏକ ଅତି ଜରୁରୀ ସେବା। ଦେଶର ପ୍ରମୁଖ ଟେଲିସେବା ଯୋଗାଣକାରୀ କମ୍ପାନି ଭାରତୀୟ ଏୟାରଟେଲ ନିଜର ପ୍ରିପେଡ୍ ତାରିଫ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ବିଷୟରେ ଘୋଷଣା କରିଛି। କମ୍ପାନି ପକ୍ଷରୁ ଆଜି ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ୭୯ ଟଙ୍କା ପ୍ରିପେଡ ପ୍ୟାକର ମୂଲ୍ୟ ଏଣିକି ୯୯ ଟଙ୍କା ହେବ। ସେହିପରି ୧୪୯ ଟଙ୍କା ମୂଲ୍ୟର ପ୍ୟାକର ମୂଲ୍ୟ ୧୭୯କୁ ବୃଦ୍ଧି କରାଯାଇଛି। ୨୧୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ୨୬୫ ଟଙ୍କାକୁ ବୃଦ୍ଧି ପାଇଛି। ୨୪୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ୨୯୯ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୪୪୯ ଟଙ୍କା ମୂଲ୍ୟର ପ୍ରିପେଡ୍ ପ୍ୟାକର ମୂଲ୍ୟ ଏବେ ୫୪୯ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଦର ଆସନ୍ତା ୨୬ ତାରିଖରୁ ଲାଗୁ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏୟାରଟେଲ ପକ୍ଷରୁ ନିଜର ଡାଟା ଟପଅପ ପ୍ୟାକର ମୂଲ୍ୟ ବି ବୃଦ୍ଧି କରାଯାଇଛି। ୩ ଜିବି ଡାଟା ପ୍ରଦାନ କରୁଥିବା ୪୮ ଟଙ୍କିଆ ପ୍ୟାକର ମୂଲ୍ୟ ୫୮ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୯୮ ଟଙ୍କିଆ ପ୍ୟାକର ମୂଲ୍ୟ ୧୧୮କୁ ବୃଦ୍ଧି ପାଇଛି ବୋଲି କମ୍ପାନି କହିଛି। ଏୟାରଟେଲ ନିଜର ତାରିଫ ବଢାଇବା ପରେ ଅନ୍ୟ ଅପରେଟମାନେ ବି ଦର ବଢାଇବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

୩ ମାସରେ ଭିଜିଲାନ୍ସ ହାତରେ ୮ ଆଇସିଡିଏସ୍‌ ମହିଳା କର୍ମଚାରୀ

Mon Nov 22 , 2021
ଭୁବନେଶ୍ୱର: ଦେଶର ବିକାଶରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ସେଥିପାଇଁ ମହିଳାଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହୁଛି। କିନ୍ତୁ ଦୁର୍ନୀତି କ୍ଷେତ୍ରରେ ମହିଳା କର୍ମଚାରୀମାନେ ମଧ୍ୟ କମ୍‌ ନୁହଁନ୍ତି। ସମନ୍ଵିତ ମହିଳା ଶିଶୁ ବିକାଶ (ଆଇସିଡିଏସ୍‌) ଅଧୀନରେ କାର୍ଯ୍ୟରତ ୮ ଜଣ ମହିଳା କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହା ପୁଣି ମାତ୍ର ୩ ମାସ ଭିତରେ।ସରକାର ପିଲାମାନଙ୍କ ପାଇଁ ଭୋଜନ, ଡ୍ରେସ୍‌, ଖେଳଣା ଆଦି […]
୩ ମାସରେ ଭିଜିଲାନ୍ସ ହାତରେ ୮ ଆଇସିଡିଏସ୍‌ ମହିଳା କର୍ମଚାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial