୩ ମାସରେ ଭିଜିଲାନ୍ସ ହାତରେ ୮ ଆଇସିଡିଏସ୍‌ ମହିଳା କର୍ମଚାରୀ

୩ ମାସରେ ଭିଜିଲାନ୍ସ ହାତରେ ୮ ଆଇସିଡିଏସ୍‌ ମହିଳା କର୍ମଚାରୀ

ଭୁବନେଶ୍ୱର: ଦେଶର ବିକାଶରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ସେଥିପାଇଁ ମହିଳାଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହୁଛି। କିନ୍ତୁ ଦୁର୍ନୀତି କ୍ଷେତ୍ରରେ ମହିଳା କର୍ମଚାରୀମାନେ ମଧ୍ୟ କମ୍‌ ନୁହଁନ୍ତି। ସମନ୍ଵିତ ମହିଳା ଶିଶୁ ବିକାଶ (ଆଇସିଡିଏସ୍‌) ଅଧୀନରେ କାର୍ଯ୍ୟରତ ୮ ଜଣ ମହିଳା କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହା ପୁଣି ମାତ୍ର ୩ ମାସ ଭିତରେ।
ସରକାର ପିଲାମାନଙ୍କ ପାଇଁ ଭୋଜନ, ଡ୍ରେସ୍‌, ଖେଳଣା ଆଦି ଯୋଗାଇଥାନ୍ତି। ସେହିପରି ଗର୍ଭବତୀ ଓ ପ୍ରସୁତୀଙ୍କ ପାଇଁ ମଧ୍ୟ ସରକାର ପୁଷ୍ଟିକର ଖାଦ୍ୟ ଦେଇଥାନ୍ତି। ଶିଶୁ ମାନଙ୍କର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କାମ ହାତକୁ ନେଇଛନ୍ତି। ସେଥିରୁ ଆଇସିଡିଏସ୍‌ ଅଧିନରେ ବହୁତ ଗୁଡ଼ିଏ କାର୍ଯ୍ୟ କରାଯାଇଥାଏ। ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରି ନଥାଏ। ଆଇସିଡିଏସ୍‌ ଅଧୀନରେ କାର୍ଯ୍ୟ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ପିଲାମାନଙ୍କ ପାଇଁ ଆସିଥିବା ଟଙ୍କା ହଡ଼ପ କରୁଛନ୍ତି। ଏଥିରୁ କିଛି ଧରାପଡ଼ନ୍ତି। କିନ୍ତୁ ଅନେକ ଖସି ଯାଆନ୍ତି।

Share Now:

Kalinga News Beuro

Next Post

ଆଉ ଜଣେ ଶାହାଜାହାନ : ପତ୍ନୀଙ୍କୁ ତାଜ୍‌ମହଲ ପରି ଦିଶୁଥିବା ଘର ଉପହାର ଦେଲେ ଜଣେ ବ୍ୟକ୍ତି

Mon Nov 22 , 2021
ବୃହାନପୁର: ମଧ୍ୟପ୍ରଦେଶ ଅନ୍ତର୍ଗତ ବୃହାନପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଆଗ୍ରାର ତାଜମହଲ ପରି ଦିଶୁଥିବା ଗୋଟାଏ ବିଳାସମୟ ଘର ଭେଟି ଦେଇଛନ୍ତି। ବୃହାନପୁରର ବାସିନ୍ଦା ଆନନ୍ଦ ଚୋକ୍‌ସେଙ୍କୁ ଗୋଟିଏ କଥା ଖୁବ୍‌ ବିସ୍ମିତ କରେ। ତାହା ହେଲା, ମୋଗଲ ସମ୍ରାଟ ଶାହ ଜାହାନ୍‌ଙ୍କ ପତ୍ନୀ ମମ୍‌ତାଜ୍‌ଙ୍କୀ ବୃହାନପୁର ନଗରୀରେ ମୃତ୍ୟୁ ହୋଇଥିଲେ ବି ଏଠାରେ କାହିଁକି ତାଜ୍‌ମହଲ ନିର୍ମାଣ କରାଗଲା ନାହିଁ? ଶୁଣାଯାଏ, ତାପ୍ତି ନଦୀ କୂଳରେ ତାଜ୍‌ମହଲ […]
ଆଉ ଜଣେ ଶାହାଜାହାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial