ଆଜି ଓଡ଼ିଶା ଆସୁଛନ୍ତି ମିଛୁଆ ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ କଟକ କିଲା ବଲିଯାତ୍ରା ଉପର ପଡ଼ିଆରେ ହେଉଛି ବିରାଟ ସମାବେଶ। ଏନ୍‌ଡିଏ ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବେ ମୋଦି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ୱରରେ ମୋଦି ପହଞ୍ଚିବା ପରେ ସେଠାରୁ ହେଲିକପ୍ଟରରେ କଟକ ଯିବେ। ମୋଦିଙ୍କ ଗସ୍ତ ପୂର୍ବରୁ ପୋଲିସ ଡିଜି ସମାବେଶ ସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଭୁବନେଶ୍ୱରରେ ମଧ୍ୟ ବମ୍ ଓ ଡଗ୍ ସ୍କ୍ୱାଡ ସବୁ ଅଞ୍ଚଳକୁ ତନତନ କରି ଯାଞ୍ଚ କରିଛନ୍ତି। ଏହା ସହିତ ଭୁବନେଶ୍ୱର ଏୟାରପୋର୍ଟରୁ କଟକ ଯାଏ କାର୍ କେଡ୍‌ର ରିହର୍ସାଲ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସମାବେଶ ସ୍ଥଳକୁ କୌଣସି ବ୍ୟକ୍ତି ନିଜ ସାଙ୍ଗରେ ଜିନିଷ ପତ୍ର କିମ୍ବା ପାଣି ବୋତଲ ନେଇ ପାରିବେ ନାହିଁ।

ସାଧାରଣ ଲୋକଙ୍କ ପାଇଁ ୧୨ଟି ପ୍ରବେଶ ପଥ କରାଯାଇଥିବାବେଳେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ କରାଯାଇଛି। ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦିଏ, ସେଭଳି ପରିସ୍ଥିତି ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର କ୍ୟାବିନର ବ୍ୟବସ୍ଥା ହୋଇଛି।

Share Now:

Kalinga News Beuro

Leave a Reply

Next Post

ରାସ୍ତା ମଝିରେ ବିପଦ! : ‘ମୁଖ୍ୟମନ୍ତ୍ରୀ ସଡ଼କ’ ଲୋକଙ୍କ କାମରେ ଆସିପାରୁନି

Tue May 29 , 2018
ବାଲିପାଟଣା : ରାସ୍ତା ମଝିରେ ବିପଦ। ୩୩ କେଭି କରେଣ୍ଟ। ତାହା ପୁଣି ‘ମୁଖ୍ୟମନ୍ତ୍ରୀ ସଡ଼କ’ ଯୋଜନାରେ ତିଆରି ହୋଇଥିବା ରାସ୍ତାରେ। ରାତି ତ ରାତି, ଦିନରେ ବି ଏଠାର ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଏପରି ରାସ୍ତା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ୍‌ରେ। ‘ନରଦାଠାରୁ ଇନ୍ଦୋଳକୁସିଆରି’ରାସ୍ତାଟି ବାଲିପାଟଣା ବ୍ଲକର ଏକ ପ୍ରମୁଖ ରାସ୍ତା। ବ୍ଲକ୍‌ର ମୁଖ୍ୟ ୪ଟି ପଞ୍ଚାୟତ କୁରୁଞ୍ଜିପୁର, ତୁରନ୍ତିରା, ରାଜସ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial