କରୋନାର ନୂଆ ପ୍ରଜାତି ଓମିକ୍ରନ ଆତଙ୍କ : ସନ୍ଦେହରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ଓମିକ୍ରନ ଆତଙ୍କ

ଟିମକୁ ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ ସରକାରଙ୍କ ଅନୁମତି ଆବଶ୍ୟକ : କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଟିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ଦେଖାଦେଇଛି। ଏହାର ପ୍ରଭାବ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ବି ପଡ଼ିବାର ଆଶଙ୍କା ଦେଖାଦେଇଛି। ଏହି ଗସ୍ତ ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ଅନୁମତି ନେବା ଆବଶ୍ୟକ ବୋଲି ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କେବଳ ବିସିସିଆଇ ନୁହେଁ ଅନ୍ୟ କ୍ରୀଡ଼ା ସଂଗଠନଗୁଡ଼ିକ ବି ବିଦେଶ ଗସ୍ତ ପୂର୍ବରୁ ସରକାରଙ୍କ ଅନୁମତି ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତୀୟ କ୍ରିକେଟ ଦଳ ଡିସେମ୍ବର ୧୭ରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ଏହି ଗସ୍ତକାଳରେ ଭାରତ ୩ଟି ଟେଷ୍ଟ, ୩ଟି ଏକଦିବସୀୟ ଓ ୪ଟି ଟି୨୦ ଖେଳିବ। ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ଆତଙ୍କ ଖେଳିଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ବର ଅଧିକାଂଶ ଦେଶ ଦକ୍ଷିଣ ଆଫ୍ରିକାକୁ ନିଜର ଫ୍ଲାଇଟ୍ ବାତିଲ କରିଦେଇଛନ୍ତି। ଭାରତ ସରକାର ମଧ୍ୟ ସତର୍କତା ବଢାଇଦେଇଛନ୍ତି। ଏ ନେଇ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି।

Share Now:

Kalinga News Beuro

Next Post

ବିଶ୍ୱାସଘାତକ ଡ୍ରାଇଭର୍ ଗିରଫ : ଲୁଟିନେଲା ମାଲିକାଣୀଙ୍କ ହୀରା ଓ ସୁନାଗହଣା

Sat Nov 27 , 2021
ଭୁବନେଶ୍ୱର : ବିଶ୍ୱସଘାତକ ସାଜିଲା ଡ୍ରାଇଭର। ମାଲିକାଣୀଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ହୀରା ଓ ସୁନା ଅଳଙ୍କାର ଲୁଟି ନେଲା। ତେବେ ଅଭିଯୋଗ ହେବା ପ‌ରେ ଛାନ୍‌ଭିନ୍‌ କରି ଖଣ୍ଡଗିରି ପୁଲିସ ଆଜି ତା’କୁ ଗିରଫ କରିଛି। ସେ ହେଲା, କନ୍ଧମାଳ ଜିଲ୍ଲା କୁମ୍ଭାରକୁପା ଗାଁ’ର ସୂରଜ କୁମାର ନାୟକ ଓରଫ ଜନ୍(୩୦)। ପୁଲିସ ତା’ ପାଖରୁ ଚୋରି ହୋଇଥିବା ୩ଟି ହୀରା […]
ବିଶ୍ୱାସଘାତକ ଡ୍ରାଇଭର୍ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial