ଏମ୍‌ସ ଗଭର୍ଣ୍ଣିଂବଡି ବୈଠକକୁ ନେଇ କର୍ତ୍ତୃପକ୍ଷଙ୍କ ନିରବତା: ୪ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏମ୍‌ସ ଗଭର୍ଣ୍ଣିଂବଡି ବୈଠକ

ଭୁବନେଶ୍ୱର : ପାଖାପାଖି ବର୍ଷେ ପରେ ବସିଲା ଏମ୍‌ସରେ ଗଭର୍ଣ୍ଣିଂବଡି ବୈଠକ। କିନ୍ତୁ ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତିକୁ ନେଇ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ବୈଠକର ୪ ଦିନ ପରେ ମଧ୍ୟ ଏ ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏମ୍‌ସର ନିର୍ଦ୍ଦେଶିକା ପ୍ରଫେସର୍‌ ଗୀତାଞ୍ଜଳି ବି. ବୈଠକରେ ୪ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରିଛନ୍ତି। ମନସ୍ତତ୍ତ୍ବ ବିଭାଗର ଅତିରିକ୍ତ ପ୍ରଫେସର୍‌, ନିଶ୍ଚେତକ ବିଭାଗର ବରିଷ୍ଠ ଡାକ୍ତର, ଶିଶୁ ସର୍ଜରି ବିଭାଗର ପ୍ରଫେସର୍‌, ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ସହକାରୀ ପ୍ରଫେସର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ ହୋଇଛି। ସେଥିମଧ୍ୟରୁ ୩ଜଣଙ୍କ ସହ ନିର୍ଦ୍ଦେଶକଙ୍କ ଦୀର୍ଘ ଦିନ ହେଲା ବିବାଦ ରହିଛି। ଡିସେମ୍ବର ୧୯ରେ ନିର୍ଦ୍ଦେଶକ ପ୍ରଫେସର୍‌ ଗୀତାଞ୍ଜଳି ବି.ଙ୍କ କାର୍ଯ୍ୟକାଳ ପୂରଣ ହେଉଛି, ତା’ ପୂର୍ବରୁ ଏତେ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ପଦାକୁ ଆସିଲେ ନିର୍ଦ୍ଦେଶିକା ଓ କର୍ତ୍ତୃପକ୍ଷଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବୈଠକର ସାରାଂଶକୁ ଯଥାସମ୍ଭବ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ କର୍ତ୍ତୃପକ୍ଷ ଚେଷ୍ଟା କରୁଥିବା କୁହାଯାଉଛି।
ଗଭର୍ଣ୍ଣିଂବଡି ବୈଠକରେ ନିର୍ଦ୍ଦେଶକ, ଡିଡିଏଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଅଧିକାଂଶ ସଦସ୍ୟ ଅନ୍‌ଲାଇନ୍‌ରେ ସାମିଲ ହୋଇଥିଲେ। ନିର୍ଦ୍ଦେଶିକାଙ୍କ ପ୍ରଥମ ପାଳିର ଏହା ଶେଷ ବୈଠକ। ସମସ୍ତେ ଆଶା କରୁଥିଲେ, ଅନେକ ବିକାଶମୂଳକ କାର୍ଯ୍ୟର ପ୍ରସ୍ତାବ ରହିବ। ହେଲେ ଏହି ୬ଟି ଡେପୁଟି ମେଡିକାଲ ଅଧୀକ୍ଷକ, ଶିଶୁ ମନସ୍ତତ୍ତ୍ବ, କ୍ଲିନିକାଲ ମନସ୍ତତ୍ତ୍ବ, ଏନେଣ୍ଟାଲ ମେଡିକାଲ ଅଫିସର ଆଦି ପଦରେ ନିଯୁକ୍ତି, ବରିଷ୍ଠ ନର୍ସିଂ ଅଫିସରଙ୍କୁ ପଦୋନ୍ନତି, ପଦୋନ୍ନତିରୁ ବାଦ୍‌ ପଡ଼ିଥିବା ୧୧ ଫାକଲଟିଙ୍କ ଅଭିଯୋଗର ସମୀକ୍ଷା କରାଯାଇଥିଲା। ଅଳ୍ପ ଦିନ ମଧ୍ୟରେ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ପୂରଣ ହେଉଛି। ଏଣୁ ଏହି ସମୟ ମଧ୍ୟରେ ଖାଲି ପଦରେ ନିଯୁକ୍ତି ପାଇଁ ସାକ୍ଷାତକାର ନେବା ଲାଗି ଗଭର୍ଣ୍ଣିଂବଡ଼ିର ଅନୁମତି ଲୋଡାଯାଇଥିବା ସୂଚନା ମିଳିଛି। ଏଥି ମଧ୍ୟରୁ କେଉଁ ପ୍ରସ୍ତାବ ଗ୍ରହଣ ହୋଇଛି, ସେ ସମ୍ପର୍କରେ ଏମ୍‌ସ ପକ୍ଷରୁ କୁହାଯାଉନାହିଁ। ଅପରପକ୍ଷେ ଏହା ଏମ୍‌ସର ଆଭ୍ୟନ୍ତରୀଣ ବୈଠକ ହୋଇଥିବାରୁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇପାରିବ ନାହିଁ ବୋଲି ବୈଠକର ପ୍ରଥମ ଦିନରୁ ହିଁ କୁହାଯାଇଥିଲା।

Share Now:

Kalinga News Beuro

Next Post

ରେଳଧାରଣା ଉଡ଼ାଇଲେ ମାଓବାଦୀ : ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

Sat Nov 27 , 2021
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ପୁଣି ହିଂସାକାଣ୍ଡ। ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡ଼ାଇଲେ ମାଓବାଦୀ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨ଟି ୱାଗନ କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି। ଜଙ୍ଗଲ ମଧ୍ୟରେ ମାଲବାହୀ ଟ୍ରେନ ଆଗରେ ଲାଗିଛି ମାଓବାଦୀଙ୍କ ବ୍ୟାନର। ଏହାର ପ୍ରଭାବରେ ବଚେଲିରୁ ବିଶାଖାପାଟଣା ମାଲବାହୀ ଟ୍ରେନ ଯିବାବେଳେ ମାଓବାଦୀ ଘଟାଇଛନ୍ତି ଏଭଳି କାଣ୍ଡ। ଏହି ରୁଟରେ ସମସ୍ତ ଟ୍ରେନ […]
ରେଳଧାରଣା ଉଡ଼ାଇଲେ ମାଓବାଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial