ଓଡ଼ିଶାରେ ପୁଣି ଆନ୍ଧ୍ର ଦାଦାଗିରି: ଫଗୁଣସିନେରୀ ଓ ଫାଟୁ ସିନେରୀରେ ବାଣ୍ଟିଲା ଖେଳ ସମାଗ୍ରୀ ଓ ଋଣ

ଓଡ଼ିଶାରେ ପୁଣି ଆନ୍ଧ୍ର ଦାଦାଗିରି

କୋରାପୁଟ: ଓଡ଼ିଶାରେ ପୁଣି ଥରେ ଆନ୍ଧ୍ର ପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ପାର୍ବତୀପୁରମ ପ୍ରଶାସନ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ପ୍ରବେଶ କରି ବାଣ୍ଟିଛି ଖେଳ ସାମଗ୍ରୀ ସହ ୠଣ। ପାର୍ବତୀପୁରମ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ବି.ବିକ୍ରମାଦିତ୍ୟ ଓ ପିଓ ଆଇଟିଡିଏ ଆର.କୁର୍ମାନାଥ ଦୀର୍ଘ ସମୟ ଧରି ଏଲହି ଦୁଇ ଗାଁ ସମୟ ଅତିବାହିତ କରିଥିଲେ। ଏହି ସମୟରେ ଦୁଇ ଗାଁର ଯୁବକମାନଙ୍କୁ ଭଲିବଲ୍, କାର୍ଡ ର୍ବୋର୍ଡ, ଫୁଟବଲ୍ ଏବଂ ଅନ୍ୟାନ୍ୟ ଖେଳ ସାମଗ୍ରୀ ଯୋଗାଇଥିବା ଜଣାପଡିଛି।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାଗୁଡିକର ଲାଭ ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଯିବାକୁ ପରାମର୍ଶ ଦେଇଛନ୍ତି। ଏହି ଦୁଇ ଗାଁର ଏକାଧିକ ଯୁବକଙ୍କୁ ସେଠାକୁ ନେଇ ନାମ ପଞ୍ଜୀକରଣ କରାଯାଇଥିବା ଜଣାପଡିଛି। ଏହି ପଞ୍ଜୀକରଣବେଳେ ବିଭିନ୍ନ ଯୋଜନାରେ ସେମାନଙ୍କୁ ରିହାତି ମୂଲ୍ୟରେ ଋଣ ପ୍ରଦାନ କରାଯିବାକୁ ଯୋଜନା ରହିଛି। ଏହାସହ ଖେଳ ମାଧ୍ୟମରେ ସେମାନଙ୍କ ଯୋଗ୍ୟତା ଚିହ୍ନଟ କରାଯିବାକୁ ଯୋଜନା କରିଛି ପାର୍ବତୀପୂୁରମ ଜିଲ୍ଲା ପ୍ରଶାସନ। ଏହି ଅବସରରେ ପ୍ରଶାସନିକ ଅଧିକାରୀ ଆଦିବାସୀ ଯୁବକମାନଙ୍କ ସହ ବହୁ ସମୟ ବିତାଇବା ସହ ଏହି ଯୁବକମାନଙ୍କୁ ଜୀବିକା ନିର୍ବାହ ଏବଂ ରୋଜଗାରର ରାସ୍ତା ଦେଖାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନାଗୁଡ଼ିକ ଲାଭ ନେବାକୁ କୁହାଯାଇଛି।

Share Now:

Kalinga News Beuro

Next Post

ଅଭିଭାବକଙ୍କ ଧାରଣା : ୬୪ ଛାତ୍ରଛାତ୍ରୀ କରିପାରି ନାହାନ୍ତି ମାଟ୍ରିକ୍‌ ପରୀକ୍ଷା ଫର୍ମପୂରଣ

Sun Nov 28 , 2021
ଜଗତପୁର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଜଗତପୁର, ନିମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୬୪ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରି ଆବେଦନରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଚିନ୍ତlରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ […]
ଅଭିଭାବକଙ୍କ ଧାରଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial