ଅଭିଭାବକଙ୍କ ଧାରଣା : ୬୪ ଛାତ୍ରଛାତ୍ରୀ କରିପାରି ନାହାନ୍ତି ମାଟ୍ରିକ୍‌ ପରୀକ୍ଷା ଫର୍ମପୂରଣ

ଅଭିଭାବକଙ୍କ ଧାରଣା

ଜଗତପୁର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଜଗତପୁର, ନିମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୬୪ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରି ଆବେଦନରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଚିନ୍ତlରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଗତକାଲି ଠାରୁ ସ୍କୁଲ ମୁଖ୍ୟ ଫାଟକ ସମୁଖରେ ଅଭିଭାବକମାନେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି। ଉପରୋକ୍ତ ୬୪ ଜଣ ଛାତ୍ରଛାତ୍ରୀଙ୍କ ନାମ ବିଗତ ଦୁଇ ବର୍ଷ (ନବମ ଓ ଦଶମ) ଧରି ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ସେମାନଙ୍କୁ କାହିଁକି ଅନଲାଇନ ଜରିଆରେ ଫର୍ମ ପୂରଣ ପାଇଁ ସୁଯୋଗ ଦିଆଗଲା ନାହିଁ ତାହାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ପ୍ରାପ୍ତ ସୂଚନା ମୁତାବକ କଟକ କଲେଜ ଛକ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅଧୀନରେ ନିମପୁର ଶିଶୁ ମନ୍ଦିରର ୬୪ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ନବମ ଶ୍ରେଣୀ ଠାରୁ ମାଧ୍ୟମିକ ଶିକ୍ଷା ବୋର୍ଡରେ ନାମ ପଞ୍ଜିକୃତ ହୋଇଛି। ଉପରୋକ୍ତ ଛାତ୍ରଛାତ୍ରୀମାନେ କଲେଜଛକ ଶିଶୁ ମନ୍ଦିରରେ ନାମ ଲେଖାଇଥିଲେ ମଧ୍ୟ ବାସ୍ତବରେ ସେମାନେ ନିମପୁର ଶିଶୁ ମନ୍ଦିରରେ ପଢି ଆସୁଛନ୍ତି।
ଯେହେତୁ ନିମପୁର ଶିଶୁ ମନ୍ଦିର ନବମ ଓ ଦଶମ ଶ୍ରେଣୀ ପାଇଁ ସି ଓ ଆର ବା ଏନ ଓ ସି ନାହିଁ, ତେଣୁ କଲେଜ ଛକ ଶିଶୁ ମନ୍ଦିରରେ ନାମ ଲେଖାଇ ନିଜ ବିଦ୍ୟାଳୟରେ ପାଠ ପଢା ଯାଇଥାଏ। ଚଳିତ ବର୍ଷ ଏପରି ଅବ୍ୟବସ୍ଥା ନେଇ ଅଭିଭାବକ ମାନଙ୍କ ପକ୍ଷରୁ ଧାରଣା ଓ ପ୍ରତିବାଦ ପରେ ନିମପୁର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଯୁଧିଷ୍ଠିର ନାୟକ ନିଜ ପ୍ରତିକ୍ରିୟାରେ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଫର୍ମ ପୂରଣର ସମ୍ପୂର୍ଣ ଦାୟିତ୍ୱ କଲେଜ ଛକ ଶିଶୁ ମନ୍ଦିରର ବୋଲି କହିଥିଲେ। ଅନ୍ୟପକ୍ଷରେ କଲେଜ ଛକ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାଶ କହିଛନ୍ତି ଯେ ନିମପୁର ଶିଶୁ ମନ୍ଦିର ଶିକ୍ଷାନୁଷ୍ଠାନର ଆବେଦନ କ୍ରମେ କଲେଜ ଛକ ଶିଶୁ ମନ୍ଦିର ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ବୋର୍ଡ ଅଧୀନରେ ପଞ୍ଜିକୃତ ହୋଇଛନ୍ତି l କିନ୍ତୁ ନିମପୁର ଶିଶୁ ମନ୍ଦିରର ସି ଓ ଆର ବା ଏନ ଓ ସି ନଥିବାରୁ ୬୪ ଜଣ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପକ୍ଷରୁ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିବାକୁ ଅନୁମତି ମିଳିନାହିଁ l କିନ୍ତୁ ସେମାନଙ୍କୁ ପରୀକ୍ଷା ଦେବାର ନିଶ୍ଚିତ ସୁଯୋଗ ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଥିଲେ। ଏଭଳି ଏକ ସ‌ମ୍ବେଦନଶୀଳ ପ୍ରସଙ୍ଗରେ ବୋର୍ଡ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଫର୍ମପୂରଣ ସୁଯୋଗ ଦେବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ପୁଣି କୃଷି ଆଇନ ଲାଗୁ କରିପାରନ୍ତି କେନ୍ଦ୍ର ସରକାର: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

Sun Nov 28 , 2021
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ପୂୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କୃଷି ଆଇନ ପ୍ରତ୍ୟାହାରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ‌ସେ କହିଛନ୍ତି ଯେ, ଆମେ ଏମଏସପି ଗ୍ୟାରେଣ୍ଟି ନିୟମ, କରୋନାରେ ମରିଥିବା ୫୨ ଲକ୍ଷ ଲୋକଙ୍କୁ ସହାୟତା ଦେବାକୁ ଦାବି କରିଥିଲୁ। ହେଲେ ପ୍ରଧାନମନ୍ତ୍ରୀ […]
କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial