ପୁଣି କୃଷି ଆଇନ ଲାଗୁ କରିପାରନ୍ତି କେନ୍ଦ୍ର ସରକାର: କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ପୂୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କୃଷି ଆଇନ ପ୍ରତ୍ୟାହାରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ‌ସେ କହିଛନ୍ତି ଯେ, ଆମେ ଏମଏସପି ଗ୍ୟାରେଣ୍ଟି ନିୟମ, କରୋନାରେ ମରିଥିବା ୫୨ ଲକ୍ଷ ଲୋକଙ୍କୁ ସହାୟତା ଦେବାକୁ ଦାବି କରିଥିଲୁ। ହେଲେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ସାମିଲ ହିଁ ହେଲେ ନାହିଁ। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ନୂଆ କୃଷି ଆଇନ୍ ବିଷୟରେ ସରକାର ଚାଷୀଙ୍କୁ ବୁଝାଇବାକୁ ଅସମର୍ଥ ହେବାରୁ ଏପରି କରିଛନ୍ତି। ହେଲେ ଏବେ ବି ଆମର ଡର ଅଛି ଯେ, କୃଷି ଆଇନ ପୁଣି ଲାଗୁ ହୋଇପାରେ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ। ଅନ୍ୟପଟେ ଆସନ୍ତାକାଲି କଂଗ୍ରେସ ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛି। ଯେଉଁଥିରେ ତୃଣମୂଳ କଂଗ୍ରେସ ନେତା ସାମିଲ ହେବେନି ବୋଲି ସିଧାସିଧା କହିସାରିଛନ୍ତି। ଏହାକୁ ନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ସେ ଡେରେକ୍ ଓ’ବ୍ରାଏନଙ୍କ ସହିତ କଥା ହୋଇଛନ୍ତି। କାଲି ତାଙ୍କ ପାର୍ଟିର କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି। ତେଣୁ ଟିଏମସି ନେତାମାନେ କାଲି ବୈଠକରେ ସାମିଲ ହୋଇପାରିବେନି।

Share Now:

Kalinga News Beuro

Next Post

ବିଦେଶରୁ ଭୁବନେଶ୍ୱରକୁ ଆସୁ ନାହିଁ ସିଡ୍ୟୁଲ ବିମାନ : ବିପିଆଇଏ ନିର୍ଦ୍ଦେଶକ

Mon Nov 29 , 2021
ଭୁବନେଶ୍ବର: ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଏବେ ଚିନ୍ତାରେ ସରକାର। ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଅଧିକ ମାରାତ୍ମକ ହୋଇଥିବାରୁ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବ କି ନାହିଁ ସେ ନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଚ୍ଚସ୍ତରୀୟ ବୈଠକ କରିଥିଲା। ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗ […]
ସିଡ୍ୟୁଲ ବିମାନ ଭୁବନେଶ୍ୱରକୁ ଆସୁ ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial