ବିଦେଶରୁ ଭୁବନେଶ୍ୱରକୁ ଆସୁ ନାହିଁ ସିଡ୍ୟୁଲ ବିମାନ : ବିପିଆଇଏ ନିର୍ଦ୍ଦେଶକ

ସିଡ୍ୟୁଲ ବିମାନ ଭୁବନେଶ୍ୱରକୁ ଆସୁ ନାହିଁ

ଭୁବନେଶ୍ବର: ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଏବେ ଚିନ୍ତାରେ ସରକାର। ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଅଧିକ ମାରାତ୍ମକ ହୋଇଥିବାରୁ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବ କି ନାହିଁ ସେ ନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଚ୍ଚସ୍ତରୀୟ ବୈଠକ କରିଥିଲା। ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗ ଦେଇଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ଯେ, ତାଲିକାଭୁକ୍ତ ଦେଶରୁ ଆସୁଥିବା ବିମାନକୁ ଏବେ ନିଷେଧ କରାଯାଇଛି। ଏବେ ବିଦେଶରୁ ସିଡ୍ୟୁଲ ବିମାନ ଭୁବନେଶ୍ୱରକୁ ଆସୁ ନାହିଁ। କୋଭିଡ ସଂକ୍ରମଣ ପରଠାରୁ ସିଡ୍ୟୁଲ ବିମାନ ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ୧୫ରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବା ପରେ ବିଦେଶରୁ ସିଡ୍ୟୁଲ ବିମାନ ଆସିବାର ସମ୍ଭାବନା ଅଛି। ହେଲେ ଭୁବନେଶ୍ବରକୁ ମାସେ ମଧ୍ୟରେ ସିଡ୍ୟୁଲ ବିମାନ ଆସିବାର ପ୍ରସ୍ତାବ ନାହିଁ। ଯଦି ଆସେ ତେବେ ଯାତ୍ରୀଙ୍କ କରୋନା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ। ହେଲେ ନନସିଡ୍ୟୁଲ ବିମାନ ଆସିଲେ ଏହାକୁ ଭୁବନେଶ୍ବରରେ ଅବତରଣ କରିବାକୁ ଦିଆଯିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। ଯଦି ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଅଟକାଇ ଦିଆଯିବ। ଏଭଳି ସ୍ଥିତିରେ ସଂକ୍ରମିତ ଓଡ଼ିଶା ଆସିବାର ସମ୍ଭାବନା କମ୍।

Share Now:

Kalinga News Beuro

Next Post

ବିଗିଡ଼ିଲା ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ବାସ୍ଥ୍ୟାବସ୍ଥା : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Mon Nov 29 , 2021
ଯାଜପୁର : ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଗୁରୁ ନନ୍ଦ କିଶୋର ପୁଷ୍ଟି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଚିନ୍ତାଜନକ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ରବିବାର ନନ୍ଦ ପୃଷ୍ଟିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ […]
ପଦ୍ମଶ୍ରୀ ନନ୍ଦ ସାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial