୫ ଘଣ୍ଟା ଚାଲିବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ବାଚସ୍ପତି

ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବିଧାନସଭା କାର୍ଯ୍ୟସୂଚୀ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୧ ତାରିଖରୁ ୩୧ ତାରିଖ ଯାଏଁ ଚାଳିବ ବିଧାନସଭାର ଶୀତକାଳୀନ ଅଧିବେଶନ। ୨୬ ଦିନ ଧରି ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ଯାଏଁ ବସିବ ଏବଂ ଅପରାହ୍ନ ୪ଟା ରୁ ୬ଟା ଯାଏଁ ଚାଲିବ। ଏପରି ପ୍ରତିଦିନ ୫ ଘଣ୍ଟା ଚାଲିବ। ଅତିରିକ୍ତ ବଜେଟ୍ ୫ଟା ବେଳେ ଉପସ୍ଥାପନ ହେବ। ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ। ବିରୋଧୀ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳ ପାଇଁ ୩୫ ମିନିଟ୍ ରହିବ। ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତବ ଦେଇପାରିବ। ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି। ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି। ସର୍ବଦଳୀୟ ବୈଠକ ଆରମ୍ଭରୁ ହିଁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତାର ହକ୍ ଦିଆଯାଉ ନଥିବା ଅଭିଯୋଗ ଆଣିଲେ ବିଷ୍ଣୁ ସେଠୀ। ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପନେତା ଉପସ୍ଥିତ ରହୁଥିଲେ। କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପନେତା ଉପସ୍ଥିତ ରହି ପାରିବେ ବୋଲି କୁହାଯାଇଛି। ଏହା ବାଦ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ଦାବି କରିଥିଲା ବିଜେପି। ଗତ ସର୍ବଦଳୀୟ ବୈଠକରେ ପ୍ରତିଶୃତି ଦିଆଯାଇଥିବା ଥିଲେ ବି ଏଥର ଏହାକୁ ବାଚସ୍ପତି ଆଗ୍ରହ୍ୟ କରି ଦେବାରୁ ବୈଠକକୁ ବର୍ଜନ କରିଛି ଦଳ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି। ପରପକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଯାହା ନିୟମରେ ରହିଛି, ସେହି ଅନୁସାରେ କରାଯାଇଛି। ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି, ତାଙ୍କ ଲେଜିସଲେଟିଭ ପାର୍ଟି ଲେଖିକି ଦେଲେ ହେବ।

Share Now:

Kalinga News Beuro

Next Post

ପୂର୍ବ ସଂକ୍ରମିତଙ୍କ ପାଇଁ ବିପଦ ଅଧିକ ଆଣିପାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ : ବିଶେଷଜ୍ଞ

Mon Nov 29 , 2021
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ବଢୁଛି ଭୟ। ପୁରୁଣା ଭାରିଆଣ୍ଟ ଅପେକ୍ଷା ଏହା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଉଥିବାବେଳେ, ପୂର୍ବ ଅପେକ୍ଷା ଏହା ଅଧିକ ଘାତକ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯାହାକୁ ନେଇ ଏବେ ସାରା ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ତେବେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭାରିଆଣ୍ଟ ବିଶ୍ୱର […]
କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial