ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ: କେନ୍ଦ୍ର ଆବାସ ଯୋଜନାରେ ପାତରଅନ୍ତର ନେଇ ବିଜେଡିର ବିକ୍ଷୋଭ

ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ଯୋଗ ଦେଇଥିବା ବେଳେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ସମର୍ଥନ କରିବା ପରେ ଗୃହକୁ ଦିନ ୪ଟା ଯାଏଁ ମୁଲତବୀ କରାଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଉପେକ୍ଷା ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି। କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ପାତରଅନ୍ତର କରିଛନ୍ତି। ୧୩ ଲକ୍ଷ ଘର ଆବଶ୍ୟକତା ଥିବାବେଳେ କେନ୍ଦ୍ର ଦେଇଛି ମାତ୍ର ୫ ଲକ୍ଷ। ବାକି ଆଠ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଲେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି। ବିଜେପି ଶାସିତ ରାଜ୍ୟକୁ ଅଧିକ ଘର ମିଳୁଛି। ଓଡ଼ିଶାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟକ ଘର ମିଳୁନି୍। ଏପରିକି ଫନି ସହାୟତା ଘର ମିଳିନାହିଁ। ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ବିଜେଡି ଵିଧାୟକମାନେ ବିଧାୟକ/ବିଧାୟିକାମାନେ ରାଜଭବନରେ ପହଞ୍ଚିଛନ୍ତି। ରାଜଭବନରେ ପହଞ୍ଚିବା ପରେ ବିଜେଡିର ଏକ ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଛନ୍ତି। ଏହାସହ ଯଦି କେନ୍ଦ୍ର ସରକାର ଏଭଳି ପାତରଅନ୍ତର ନୀତିରୁ ଦୂରେଇ ନ ରୁହନ୍ତୁ ତେବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଜପତିରେ ୨୦୦ କୋଟିର ବାୟୋ ଫୁଏଲ ଇଥାନଲ୍ ପ୍ରକଳ୍ପର ଶିଳାନ୍ୟାସ

Wed Dec 1 , 2021
ପାରଳାଖେମୁଣ୍ଡି: ଦେଶରେ ବଢୁଥିବା ଇଥାନଲର ଆବଶ୍ୟକତା ଓ ରାଜ୍ୟରେ ନିଯୁକ୍ତି ସୃଷ୍ଟି ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏହି କ୍ରମରେ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କାର ବାୟୋ ଫୁଏଲ ଇଥାନଲ ପ୍ରକଳ୍ପକୁ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି। ଶିଳ୍ପବିହୀନ ଗଜପତି ଜିଲ୍ଲାର କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୨୦୦ କୋଟି ଟଙ୍କାର ବାୟୋ ଫୁଏଲ ଇଥାନଲ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଗାରାବନ୍ଧ ଥାନା ମାରିଙ୍ଗିଡିଠାରେ […]
୨୦୦ କୋଟିର ବାୟୋ ଫୁଏଲ ଇଥାନଲ୍ ପ୍ରକଳ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial