ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଜପତିରେ ୨୦୦ କୋଟିର ବାୟୋ ଫୁଏଲ ଇଥାନଲ୍ ପ୍ରକଳ୍ପର ଶିଳାନ୍ୟାସ

୨୦୦ କୋଟିର ବାୟୋ ଫୁଏଲ ଇଥାନଲ୍ ପ୍ରକଳ୍ପ

ପାରଳାଖେମୁଣ୍ଡି: ଦେଶରେ ବଢୁଥିବା ଇଥାନଲର ଆବଶ୍ୟକତା ଓ ରାଜ୍ୟରେ ନିଯୁକ୍ତି ସୃଷ୍ଟି ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏହି କ୍ରମରେ ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କାର ବାୟୋ ଫୁଏଲ ଇଥାନଲ ପ୍ରକଳ୍ପକୁ ଭର୍ଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି। ଶିଳ୍ପବିହୀନ ଗଜପତି ଜିଲ୍ଲାର କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୨୦୦ କୋଟି ଟଙ୍କାର ବାୟୋ ଫୁଏଲ ଇଥାନଲ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଗାରାବନ୍ଧ ଥାନା ମାରିଙ୍ଗିଡିଠାରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡରେ ଶିଳାନ୍ୟାସ କରିଛନ୍ତି। ଏହାସହ ସ୍ଥାନୀୟ ଜିଲ୍ଲାପାଳ ଏହି ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି। ଜିଲ୍ଲାର ପ୍ରଥମ ମେଗା ଶିଳ୍ପାନୁଷ୍ଠାନ ଭାବେ ପ୍ରସ୍ତାବିତ ଏହି ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଓଡିଶା ଶିଳ୍ପ ବିଭାଗର ମୁଖ୍ୟ ସଚିବ, ଇପକଲ୍ ପରିଚାଳନା ନିର୍ଦ୍ଦେଶ ଓ ଇଡକୋର ଏକଜିକ୍ୟୁଟିଭ ଡାଇରେକ୍ଟର ସହାୟତା ଯୋଗାଇ ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଜାତୀୟ ବାୟୋ ଫୁଏଲ ନୀତି ମୁତାବକ ଏହି ଶିଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ବ୍ୟାପକ ନିଯୁକ୍ତି ମିଳିବା ସହ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶରେ ସହାୟତା ହେବ ବୋଲି କୁହାଯାଇଛି। ଅନ୍ୟପଟେ ୨୦୨୩ ଜାନୁଆରୀ ମାସ ସୁଦ୍ଧା ଏହି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ ବୋଲି କମ୍ପାନୀ ଆଶା କରିଛି।

Share Now:

Kalinga News Beuro

Next Post

ଅପରାଧୀଙ୍କ କବ୍‌ଜାରେ ଟଙ୍କପାଣି ବ୍ରିଜ୍‌ : ଗୋଟିଏ ସପ୍ତାହରେ ୩ ଲୁଟ୍‌

Wed Dec 1 , 2021
ଦୁବୁର୍ତ୍ତଙ୍କୁ ସୁହାଉଛି ଦୁର୍ବଳ ପାଟ୍ରୋଲିଂ, ସୀମା ବିବାଦ ବାଲିଅନ୍ତା : ଟଙ୍କପାଣି ବ୍ରିଜ୍‌ ଏବେ ଅପରାଧୀଙ୍କ କବ୍‌ଜାରେ। ଗୋଟିଏ ସପ୍ତାହରେ ତିନି ତିନିଟି ଲୁଟ୍‌ରୁ ଏହାର ପ୍ରମାଣ ମିଳିଛି। ଦୁର୍ବୃତ୍ତମାନେ ଏଠାରେ ଜଗି ରହି ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଫଳରେ ଏବେ ବ୍ୟବସାୟୀମାନେ ଏହି ରାସ୍ତାରେ ଯାତାୟତ କରିବା ସୁରକ୍ଷିତ ମଣୁନାହାନ୍ତି ଓ ମେଳିବାନ୍ଧି ଯାତାୟତ କରୁଛନ୍ତି। ବାଲିଅନ୍ତା ଓ ସହିଦନଗର ଥାନାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ପୁଲିସ […]
ଅପରାଧୀଙ୍କ କବ୍‌ଜାରେ ଟଙ୍କପାଣି ବ୍ରିଜ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial