ଭାରତରେ କରୋନାର ଘାତକ ଭାରିଆଣ୍ଟ ଓମିକ୍ରନ : କର୍ଣ୍ଣାଟକରୁ ଚିହ୍ନଟ ହେଲେ ଦୁଇ ଆକ୍ରାନ୍ତ

ଲୋକଙ୍କୁ ଦରିଦ୍ର କରିଛି କରୋନା

ନୂଆଦିଲ୍ଲୀ: ଭାରତକୁ ଆସିଲା ଓମିକ୍ରନ। କାରଣର ସବୁଠାରୁ ଘାତକ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଥିବା ଦୁଇ ଜଣ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରେ ଏହି ପ୍ରଜାତିର ଭୂତାଣୁ ଦୁଇଜଣଙ୍କ ଠାରେ ଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ବୟସ ୬୬ ବର୍ଷ ଓ ୪୬ ବର୍ଷ ବୋଲି ଜଣାପଡିଛି। ସେହିପରି ଦୁଇଜଣ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୯ଟି ଦେଶରେ ୩୭୩ଟି ଓମିକ୍ରନ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇଥିବାବେଳେ ଭାରତରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। କିନ୍ତୁ ସଚେତନ ରହିବା ନିହାତି ଆବଶ୍ୟକ।

Share Now:

Kalinga News Beuro

Next Post

ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ

Thu Dec 2 , 2021
ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ୨ୟ ଦିନରେ ମଧ୍ୟରେ ହଟ୍ଟଗୋଳ ଦେଖାଯାଇଛି। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ଠାରୁ ବିରୋଧୀ ଦଳର ନେତା ହଟ୍ଟଗୋଳ କରିଥିଲେ। ଗୃହର ମଧ୍ୟ ଭାଗରେ ଆସି ବିଜେପି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ। ଏହା ସହ ବାଚସ୍ପତିଙ୍କ ପୋଡିୟମ୍ ଆଗରେ ପ୍ରବଳ ହଟ୍ଟଗୋଳ କରିବାସହ ନାରାବାଜି କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ସରକାରୀ କାଗଜପତ୍ର ଉପସ୍ଥାପନ କରାଯାଇଥିଲା। ଗୃହରେ ଅସ୍ବାଭାବିକ […]
ବିଧାନସଭା ମୁଲତବୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial