ରେଭେନ୍ସା କାଠଯୋଡ଼ି ହଷ୍ଟେଲରେ ନିମ୍ନମାନର ଖାଦ୍ୟ : ବିଦା ହେଲେ ମେସ୍‌ ଦାୟିତ୍ବରେ ଥିବା କର୍ମଚାରୀ

ହଷ୍ଟେଲ୍ ଖାଦ୍ୟରେ ପୋକ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କାଠଯୋଡ଼ି ଛାତ୍ରୀ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଖାଦ୍ୟରୁ ପୋକ ବାହାରିବାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି। ଖାଦ୍ୟରେ ଦିଆଯାଉଥିବା ପରିବା ତରକାରୀ ଓ ଦହିବୁନ୍ଦିରେ ‌ପୋକ ବାହାରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ହଷ୍ଟେଲର ମେସ୍‌ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ବାହାର କରାଯିବା ସହିତ ଆସନ୍ତା ୩ ତାରିଖରୁ ଅନ୍ତେବାସୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଖାଦ୍ୟ ପ୍ରସ୍ତୁତ କରିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ବିଗତ ଦିନରେ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାର ଅଭିଯୋଗ କରି ଅନ୍ତେବାସୀ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ‌ଧାରଣା ଦେଇଥିଲେ। ଖାଦ୍ୟମାନରେ ଉନ୍ନତି ଆଣିବାକୁ ଛାତ୍ରୀମାନେ ଦାବି କରୁଥିବା ବେଳେ ଏବେ ସେଥିରୁ ପୋକ ବାହାରିବାକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରିବା ପରେ ହଷ୍ଟେଲର ମେସ୍‌ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାମରୁ ବାହାର କରି ଦିଆଯିବା ସହିତ ଆସନ୍ତା ୩ ତାରିଖରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଖାଦ୍ୟ ପ୍ରସ୍ତୁତ କରିବାକୁ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିବା ଅନ୍ତେବାସୀମାନେ କହିଛନ୍ତି।

Share Now:

Kalinga News Beuro

Next Post

କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ : କମାଲ କଲା କନିଷ୍ଠ ଭାରତ

Thu Dec 2 , 2021
ସେମିରେ ଭାରତ-ଜର୍ମାନି, ଫ୍ରାନ୍ସ-ଆର୍ଜେଣ୍ଟିନା ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ସେମିଫାଇନାଲ୍ ଲାଇନ ଅପ୍ ଚୂଡ଼ାନ୍ତ ହୋଇଛି। ଏହି ୧୬ ଜଣିଆ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍‌ରେ ଭାରତ-ଜର୍ମାନି ଏବଂ ଦ୍ବିତୀୟରେ ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ଆସନ୍ତା ଶୁକ୍ରବାର ଖେଳାଯିବ। ବୁଧବାର ଖେଳାଯାଇଥିବା ଚାରିଟି କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ରେ ବିଜୟୀ ହୋଇ ଜର୍ମାନି, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଭାରତ ସେମିଫାଇନାଲ୍‌ରେ ପ୍ରବେଶ […]
କନିଷ୍ଠ ପୁରୁଷ ହକି ବିଶ୍ବକପ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial