ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ କଲବଲ କରି ହତ୍ୟା

ପାକିସ୍ତାନରେ ଭିଡ଼ ହିଂସା

ସିଆଲକୋଟ୍ : ଇଷ୍ଟନିନ୍ଦା ଅଭିଯୋଗରେ ପୁଣି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି ପାକିସ୍ତାନର କିଛି ଉତ୍ୟକ୍ତ ଜନତା। ପାକିସ୍ତାନରେ କାମ କରୁଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଅତ୍ୟନ୍ତ ନିର୍ମମଭାବେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଜଳାଇଦେଇଛନ୍ତି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସିଆଲକୋଟର ଓ୍ବାଜିରାବାଦରେ ଏହି ଘଟଣା ଘଟିଛି। ସେଠାରେ ଥିବା ରାଜକୋ ନାମକ କମ୍ପାନିରେ ମହାପ୍ରବନ୍ଧକ ବା ଜିଏମଭାବେ କାମ କରୁଥିବା ଶ୍ରୀଲଙ୍କା ନାଗରିକ ପ୍ରିୟନ୍ଥା କୁମାରାଙ୍କୁ ଉତ୍ୟକ୍ତ ଭିଡ଼ ପିଟି ପିଟି ମାରିଦେବା ପରେ ତାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି। ରାଜକୋ କମ୍ପାନି ପାକିସ୍ତାନୀ କ୍ରିକେଟ ଦଳ ପାଇଁ ଜର୍ସି ଓ ଅନ୍ୟ ଉପକରଣ ତିଆରି କରିଥାଏ। ପ୍ରିୟନ୍ଥା ଇସଲାମ ଧର୍ମର ଅପମାନ କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ କିଛି କହିନାହିଁ। ଘଟଣାସ୍ଥଳରେ ପୁଲିସ କର୍ମୀଙ୍କୁ ମୁତୟନ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଏହାକୁ ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି। ଇଷ୍ଟନିନ୍ଦା ବା ଧର୍ମ ଅପମାନ ଅଭିଯୋଗରେ ହିଂସାକାଣ୍ଡ ପାକିସ୍ତାନରେ ଏକ ନିୟମିତ ଘଟଣା ହୋଇଯାଇଛି। ବିଶେଷକରି ଏହି ଅଭିଯୋଗରେ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ ଓ ବୌଦ୍ଧମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଏପରିକି ପାକିସ୍ତାନର ପୁଲିସ ଓ କୋର୍ଟ ମଧ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା କରିପାରୁନାହିଁ।

Share Now:

Kalinga News Beuro

Next Post

ଘାରିଲା ଓମିକ୍ରନ ଭୟ: ୪୦ବର୍ଷରୁ ଅଧିକଙ୍କୁ ଦିଆଯାଇପାରେ ବୁଷ୍ଟର ଡୋଜ

Fri Dec 3 , 2021
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିପଦ ଦେଖାଦେବା ପରେ ଏହା ଉପରେ ନଜର ରଖିଥିବା କମିଟିର ବିଶେଷଜ୍ଞମାନେ ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି ଯେ, କରୋନାର ବଦଳୁଥିବା ରୂପ ଏବେ ଲୋକମାନଙ୍କୁ ଅଧିକ ବିପଦକୁ ଟାଣି ନେଇପାରେ। ତେଣୁ ଦେଶରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବାକୁ ସରକାର ବିଚାର କରିବାର ସମୟ […]
୪୦ରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରେ ବୁଷ୍ଟର ଡୋଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial