୫ ଦିନ ହେଲା ବିଧାନସଭା ଅଚଳ : ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

୫ ଦିନ ହେଲା ବିଧାନସଭା ଅଚଳ

ଭୁବନେଶ୍ବର : ପାଞ୍ଚ ଦିନର ଅଚଳାବସ୍ଥା ପରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୃହ ପରିଚାଳନାରେ ସବୁ ଦଳଙ୍କ ସହଯୋଗ ପାଇଁ ବାଚସ୍ପତି ଏହି ବୈଠକ ଡାକିଥିବା ଜଣାଯାଇଛି। ମମିତା ହତ୍ୟା ଘଟଣାରେ ବିରୋଧ ଦଳମାନେ ବିଧାନସଭାକୁ ଏକରକମ ଅଚଳ କରିଦେଇଛନ୍ତି। ଏହି କାରଣରୁ ଗତ ୫ ଦିନ ହେଲା ବିଧାନସଭା ସ୍ବାଭାବିକ ଭାବେ ଚାଲିପାରୁନାହିଁ। ଆଜି ଅପରାହ୍ଣ ଅଧିବେଶନରେ ଆରମ୍ଭରୁ ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଏହା ପରେ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ମୁଲତବି ରଖିବା ସହ ସର୍ବ ଦଳୀୟ ବୈଠକ ଡାକିଛନ୍ତି।

Share Now:

Kalinga News Beuro

Next Post

ଚାନ୍ଦିପୁରରୁ ପ୍ରହାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Tue Dec 7 , 2021
ଚାନ୍ଦିପୁର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ପ୍ରହାରର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ବେଳେ ଡ଼ିଆରଡ଼ିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡ଼ରେ ଉପସ୍ଥିତ ଥିଲେ। ଆଜିର ଏହି ପରୀକ୍ଷଣ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡ଼ରୁ ୭ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା। ସେହିପରି […]
ପ୍ରହାର କ୍ଷେପଣାସ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial