ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କର ପରଲୋକ

ଜେନେରାଲ ବିପିନ୍ ରାୱତଙ୍କର ପରଲୋକ

ନୂଆଦିଲ୍ଲୀ: ଆଜି ତାମିଲନାଡୁର କୁନ୍ନୁର ନିକଟରେ ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କର ପରଲୋକ ଘଟିଛି। ଏହି ଦୁର୍ଘଟଣାରେ ଜେନେରାଲ୍ ରାୱତଙ୍କ ସହ ଉକ୍ତ ହେଲିକପ୍ଟରେ ସହଯାତ୍ରୀ ଥିବା ତାଙ୍କର ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏ ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁସେନା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଯାତ୍ରା କରୁଥିବା ଅନ୍ୟ ୧୧ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ବାୟୁସେନା। ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ଅଭିହିତ କରିଛି ବାୟୁସେନା। ଜେନେରାଲ୍ ରାୱତଙ୍କ ମୃତ୍ୟୁ ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଗଭୀର ଶୋକ ପ୍ରକଟ କରିଛନ୍ତି।
ସୂଚନା ଥାଉ କି ୱିଲିଂଟନଠାରେ ଥିବା ଆର୍ମଫୋର୍ସର ଏକ କଲେଜରେ ମୁଖ୍ୟ ବକ୍ତାଭାବେ ଯୋଗଦେବାକୁ ସିଡିଏସ ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ମି-ସିରିଜ୍‌ ହେଲିକପ୍ଟରରେ ଯାଉଥିବା ବେଳେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା ଏକ ସ୍ଥାନ କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।

Share Now:

Kalinga News Beuro

Next Post

ଆସନ୍ତା କାଲି ରାଜଧାନୀରେ ଗର୍ଜିବେ ବିଜେଡି, ବିଜେପି : ସୁରକ୍ଷା ପାଇଁ ପୁଲିସ୍‌ର ବ୍ୟାପକ ବନ୍ଦୋବସ୍ତ

Wed Dec 8 , 2021
କୋଭିଡ୍ କଟକଣା ପାଳନ ହୋଇପାରିବ ତ …? ଭୁବନେଶ୍ୱର : ବିଧାନସଭା ଅଧିବେଶନ ଚାଲିପାରୁନି। ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପରେ ବ୍ୟସ୍ତ। ବିଧାନସଭା ପରିସରରେ ବାକ୍ ଯୁଦ୍ଧ ଚାଲିଥିଲା ବେଳେ ରାଜଧାନୀ ରାସ୍ତାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି ଓ ବିଜେପି। ଆସନ୍ତା ୯ ତାରିଖରେ ଦୁଇ ଦଳ ରାଜଧାନୀରେ ବିଶାଳ ସମାବେଶ ଓ ଶୋଭାଯାତ୍ରା ଆୟୋଜନ କରିବାକୁ ଯାଉଛନ୍ତି। ଏହାକୁ ନେଇ ରାଜଧାନୀର ରାଜନୀତି ବେଶ୍ ସରଗରମ […]
ରାଜଧାନୀରେ ଗର୍ଜିବେ ବିଜେଡି, ବିଜେପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial