କ୍ୟାପିଟାଲ ହାଇସ୍କୁଲରେ ଦୁଇ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଚି଼ହ୍ନଟ

ବିଶ୍ବରେ ୩୦ କୋଟି ଟପିଲା କୋଭିଡ୍‌-୧୯ ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀର ସରକାରୀ ସ୍କୁଲରେ ପଶିଲା କରୋନା। କ୍ୟାପିଟାଲ ହାଇସ୍କୁଲରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ କରାଯାଇଥିବା କରୋନା ଟେଷ୍ଟିଙ୍ଗ କ୍ୟାମ୍ପରୁ ଦୁଇ ଛାତ୍ର ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି। ଦୁଇ ଛାତ୍ର ହୋମ ଆଇସୋଲେସନରେ ଅଛନ୍ତି। ସ୍କୁଲକୁ ସାନିଟାଇଜ କରିବା ପାଇଁ ବିଏମସିକୁ ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଥିବା ଜଣାଯାଇଛି। କରୋନା ମୁକାବିଲାକୁ ଆହୁରି ସଦୃଢ଼ କରିବା ପାଇଁ ବିଏମ୍‌ସି ‘୩-ଟି’ ବ୍ୟବସ୍ଥା ଶୁଭାରମ୍ଭ କରିଛି। ‘ଟେଷ୍ଟିଂ, ଟ୍ରେସିଂ ଟ୍ରିଟ୍‌ମେଣ୍ଟ’ ବ୍ୟବସ୍ଥାକୁ ମଜବୁତ୍‌ କରିବା ପାଇଁ ପ୍ରତ୍ୟେକ ସ୍କୁଲରେ ନମୁନା ପରୀକ୍ଷା ଆରମ୍ଭ କରିଛି। ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯାଉଛି। ୩ଟି ୱାର୍ଡରେ ଗୋଟିଏ ଲେଖାଏ ସ୍ବତନ୍ତ୍ର ଟିମ୍‌ ସ୍କୁଲ୍‌କୁ ଯାଇ ନମୁନା ସଂଗ୍ରହ କରୁଛି। ପ୍ରଥମେ ରାପିଡ୍‌-ଆଣ୍ଟିଜେନ୍‌ ପରୀକ୍ଷା କରାଯିବା ପରେ ଆବଶ୍ୟକ ପଡ଼ିଲେ ଆର୍‌ଟିପିସିଆର ହେଉଛି। ଓମିକ୍ରନ୍‌ ଭାରିଏଣ୍ଟ ଦେଶରେ ଚିହ୍ନଟ ହେବା ପରେ ଆଗକୁ ଯେଭଳି କରୋନା ନ ବ୍ୟାପିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିବା କମିସନର ସଞ୍ଜୟ ସିଂହ କହିଛନ୍ତି।
ଏଭଳି ନିର୍ଦ୍ଦେଶ ମିଳିବା ପରେ ବିଭିନ୍ନ ଜୋନ୍‌ର ଜେଡ୍‌ଡିସି ପୁରନ୍ଦର ନନ୍ଦ, ମହେନ୍ଦ୍ର ବଢ଼େଇ ଓ ରବି ନାରାୟଣ ଜେଠୀ ପ୍ରମୁଖ ଟେଷ୍ଟିଂ କ୍ୟାମ୍ପ ବୁଲି ଏହି ପରୀକ୍ଷା ନିଶ୍ଚିତ କରୁଛନ୍ତି। ଅନେକ ସମୟରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଥିବା ଦେଖାଯାଉଛି। ଏଣୁ ସେମାନେ ସ୍କୁଲ ଆସିବା ପରେ ଆଉ ଥରେ ଟିମ୍‌ ଯାଇ ପରୀକ୍ଷା କରିବା ପାଇଁ ଜେଡ୍‌ଡିସିମାନେ ବ୍ୟବସ୍ଥା କରୁଛନ୍ତି। ଜଣେ ହେଲେ ଛାତ୍ର ଯେଭଳି ବାଦ୍‌ ନପଡ଼ିବେ ସେ ନେଇ ନିଶ୍ଚିତ କରୁଛନ୍ତି। ଉତ୍ତର ଜୋନ୍‌ରେ ରସୁଲଗଡ଼ ଓ ନୂଆପଲ୍ଲୀ ଆଶ୍ରମ ସ୍କୁଲ୍‌, ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଆଇଏଚ୍‌ଏମ୍‌, ନହରକଣ୍ଟା ବିଜୁ ପଟ୍ଟନାୟକ କଲେଜ୍‌, ଜିଜିପି କଲୋନି ହାଇସ୍କୁଲ, ଭିଏସ୍‌ଏସ୍‌ନଗର ହାଇସ୍କୁଲ ପ୍ରଭୃତିରେ କ୍ୟାମ୍ପ କରାଯାଇଥିବା ବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ, ୟୁନିଟ-୯ ବାଳକ ହାଇସ୍କୁଲ, ବଡ଼ଗଡ଼ ଓ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୮ ଡିଏଭି, ଆଇଆରସି ଭିଲେଜ୍‌ ହାଇସ୍କୁଲ, ନୂଆପଲ୍ଲୀ ସରସ୍ୱତୀ ଶିଶୁମନ୍ଦିର, ତପୋବନ ହାଇସ୍କୁଲ, ପାଇକନଗର ହାଇସ୍କୁଲ, ପ୍ରଭୃତିରେ ୧ହଜାର ୫ଶହ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା: କର୍ମୀଙ୍କ ଉପରେ ପୁଲିସର ଲାଠିଚାର୍ଜ

Thu Dec 9 , 2021
ଭୁବନେଶ୍ୱର: ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା ଚାଲିଥିବା ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିବାର ଖବର ମିଳିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣାରେ ବସିଲେ। ଏହାପରେ ପୁଲିସ୍ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ […]
ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial