ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ପ୍ରଫୁଲ୍ଲ ମାଝୀ

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଂଜନ ଘଡେ଼ଇଙ୍କ ଉପସ୍ଥିତି ରେ ଦଳରେ ଯୋଗ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ। ବିଜେଡିରେ ଯୋଗ ଦେବା ପରେ ପ୍ରଫୁଲ କହିଛନ୍ତି, ଆଜି ମୋ ପାଇଁ ସ୍ମୃତିର ଦିନ। ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନ ଥିଲା, ବରଂ ମୋ ସହଯୋଗୀମାନଙ୍କ ନିଷ୍ପତ୍ତି ଥିଲା। ଆମେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛୁ। ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାକୁ ଆଉ ମିଳିବନି। ଆଦିବାସୀମାନଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ କାମ କରିବି। ଏଣିକି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରିବି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ, ସେ ବି ମୋତେ ଭଲ ପାଆନ୍ତି। ସମସ୍ତେ ଶୄଙ୍ଖଳାର ସହ କାମ କରିବୁ। ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ। କଂଗ୍ରେସ ଦଳରେ ନିର୍ଯାତିତ ହୋଇଥିବା ବି କହିଛନ୍ତି ପ୍ରଫୁଲ୍ଲ ମାଝୀ। ସେ କହିଛନ୍ତି, କଂଗ୍ରେସ ଏକ ମୁଣ୍ଡବିହୀନ ପାର୍ଟି ହୋଇଛି। ବରିଷ୍ଠଙ୍କୁ ଅଣଦେଖା କରାଯାଉଛି। ସେ ଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି।

Share Now:

Kalinga News Beuro

Next Post

ଜେନେରାଲ୍‌ ବିପିନ ରାୱତ୍‌ଙ୍କୁ ୧୭ ତୋପ ସଲାମୀ

Fri Dec 10 , 2021
ଶବ ସଂସ୍କାରରେ ଯୋ‌ଗ ଦେବେ ୮୦୦ ସେନା କର୍ମଚାରୀ ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ପରେ ଦିଲ୍ଲୀର କାମରାଜ ମାର୍ଗ ବାସଭବନରୁ ବ୍ରାର୍‌ ଛକସ୍ଥିତ ଶ୍ମଶାନ ଅଭିମୁଖେ ଭାରତର ପ୍ରଥମ ‘ସିଡିଏସ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ଶବଯାତ୍ରା ବାହାରିବ। ସେଠାରେ ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସେମାନଙ୍କର ଶବ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ […]
ଜେନେରାଲ୍‌ ବିପିନ ରାୱତ୍‌ଙ୍କ ପ୍ରତି ୧୭ ତୋପ ସଲାମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial