୨୧ ବର୍ଷ ପରେ ବିଶ୍ୱକୁ ଭାରତ ଭେଟି ଦେଇଛି ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ବିଶ୍ୱକୁ ଭାରତ ଭେଟି ଦେଇଛି ବ୍ରହ୍ମାଣ୍ଡ ସୁନ୍ଦରୀ। ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଭାରତର ୨୧ ବର୍ଷିୟା ହରନାଜ ସନ୍ଧୁ। ମୁଣ୍ଡରେ ତାଙ୍କର ଶୋଭା ପାଉଛି ୩୮ କୋଟି ମୂଲ୍ୟର ହିରା ମୁକୁଟ। ଏହି ମୁକୁଟ ପ୍ରକୃତି, ଶକ୍ତି, ସୌନ୍ଦର୍ଯ୍ୟ, ନାରୀତ୍ୱ ଓ ଏକତାର ପ୍ରତୀକ। ଏହା ୧୮ କ୍ୟାରେଟ ସୁନାରେ ନିର୍ମିତ। ଏଥିରେ ଲାଗିଛି ୧୭୭୦ ଟି ହିରା। ମୁକୁଟରେ ଲାଗିଥିବା ପତ୍ରର ଡିଜାଇନ୍ ସାତଟି ମହାଦ୍ୱୀପର ପ୍ରତୀକ।
ମିସ୍ ୟୁନିଭର୍ସଙ୍କୁ ବର୍ଷକ ପାଇଁ ମିଳିବ କେଉଁ କେଉଁ ସୁବିଧା?
ଯଦିଓ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ କେବେବି ବିଜେତାଙ୍କୁ ମିଳୁଥିବା ଅର୍ଥର ଖୁଲାସା କରିନାହିଁ, କିନ୍ତୁ ପୁରସ୍କାର ଲକ୍ଷଲକ୍ଷ ଟଙ୍କାରେ ମିଳେ। ମିସ୍ ୟୁନିଭର୍ସଙ୍କୁ ନ୍ୟୁୟର୍କସ୍ଥିତ ମିସ୍ ୟୁନିଭର୍ସ ଅପାର୍ଟମେଣ୍ଟରେ ଗୋଟିଏ ବର୍ଷ ପାଇଁ ରହିବାକୁ ସୁଯୋଗ ମିଳିଥାଏ। ଏଠାରେ ସେ ଏକ ବର୍ଣ୍ଣାଢ୍ୟ ଘରେ ମିସ୍ ୟୁୁଏଏସଏଙ୍କ ସହ ସମୟ ବିତାଇବାର ସୁଯୋଗ ପାଇଥାନ୍ତି। ଏହି ସମୟରେ ତାଙ୍କର ସବୁ ଖର୍ଚ୍ଚ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ବହନ କରିଥାଏ । ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟିନୀଙ୍କୁ ଆସିଷ୍ଟାଣ୍ଟ ଓ ମେକଅପ୍ ଆର୍ଟିଷ୍ଟର ଏକ ଟିମ୍ ଦିଆଯାଏ। ବର୍ଷକ ପାଇଁ ମେକଅପ୍, କେଶସଜ୍ଜା ଡିଜାଇନର, ଜୋତା, ପୋଷାକ, ଗହଣା ସ୍କିନକେୟାର ସବୁ କିଛି ମାଗଣା ଯୋଗାଇଦିଆଯାଏ। ତାଙ୍କୁ ମଡେଲିଙ୍ଗ ପାଇଁ ସୁଯୋଗ ଦିଆଯାଏ। ଏଥିପାଇଁ ତାଙ୍କୁ ଜଣେ ଦକ୍ଷ ଫଟୋଗ୍ରାଫର ଯୋଗାଇଦିଆଯାଏ। ଏହାସହ ତାଙ୍କ ପାଇଁ ମାଗଣା ଡାକ୍ତରୀ ସୁବିଧା ମଧ୍ୟ ଯୋଗାଇଦିଆଯାଏ। ଏହା ସହ ବର୍ଷକ ପାଇଁ ପୁରା ଦୁନିଆ ବୁଲିବା, ଦାମୀ ହୋଟେଲରେ ରହଣୀ, ଖାଇବାର ସମସ୍ତ ଖର୍ଚ୍ଚ ବହନ କରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍।

Share Now:

Kalinga News Beuro

Next Post

ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା : ବିଏମ୍‌ସି ନେଉଛି ଭଡ଼ା, ୩ ମାସରେ ୮ ଲକ୍ଷ ଆଦାୟ

Mon Dec 13 , 2021
ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା କାହିଁକି? ଭୁବନେଶ୍ବର : ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା କଲେ ବିଏମ୍‌ସି ଭଡ଼ା ଆାଦୟ କରିବ। ଟ୍ରାକ୍ଟର ଟ୍ରିପ୍‌ ପାଇଁ ମାସିକ ଦେଢ଼ ହଜାର ଟଙ୍କା ଓ ଟିପର୍‌ ପାଇଁ ୪ହଜାର ୫ଶହ ଟଙ୍କା ମାସିକ ଭଡ଼ା ଧାର୍ଯ୍ୟ ହୋଇଛି। ତା’ ସହ ୫ ହଜାର ଟଙ୍କା ପ୍ରଶାସନିକ ଦେୟ ରହିଛି। ଏଭଳି ୬ ହଜାର ୫ ଶହ କିମ୍ବା ୯ ହଜାର ୫ଶହ ଟଙ୍କା […]
ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial