ଆସନ୍ତା କାଲି ମହାପ୍ରଭୁଙ୍କ ବନକଲାଗି : ଅପରାହ୍ନ ୪ରୁ ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ବନକଲାଗି

ପୁରୀ: ଶ୍ରୀମନ୍ଦିରରେ ଡିସେମ୍ବର ୧୫ ତାରିଖ (ବୁଧବାର) ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବୁଧବାର ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ପ୍ରତି ମାସରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହୁଏ। ବୁଧବାର ମାର୍ଗଶୀର ଦ୍ବାଦଶୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ସଂପାଦନ ହେବ। ଅପରାହ୍ନ ୪ଟାରୁ ଏହି ନୀତି ଆରମ୍ଭ ହେବ। ବନକପେଡ଼ି ଧରି ଦତ୍ତ ସେବକମାନେ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ବନକଲାଗି ନୀତି ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ଫଳରେ ବୁଧବାର ଅପରାହ୍ନ ୪ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ।

Share Now:

Kalinga News Beuro

Next Post

ଆନ୍ଧ୍ରପ୍ରଦେଶର ସ୍କ୍ରାପ୍ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ, ୨ ମୃତ

Tue Dec 14 , 2021
ଅନନ୍ତପୁର : ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଥିବା ଏକ ସ୍କ୍ରାପ ଗୋଦାମରେ ଆଜି ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବାର ଖବର ହସ୍ତଗତ ହୋଇଛି। ଏହି ବିସ୍ଫୋରଣ ଫଳରେ ୨ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନନ୍ତପୁରର ଏନଟିଆର ମାର୍ଗରେ ଥିବା ଏକ ସ୍କ୍ରାପ ଗୋଦାମ୍ (କବାଡ଼ି ଗୋଦାମ)ରେ ଥିବା କେତେକ ସାମଗ୍ରୀକୁ ମେସିନ ଦ୍ବାରା କଟାଯାଉଥିବାବେଳେ ପ୍ରଚଣ୍ଡ […]
ସ୍କ୍ରାପ୍ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial