ଆନ୍ଧ୍ରପ୍ରଦେଶର ସ୍କ୍ରାପ୍ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ, ୨ ମୃତ

ସ୍କ୍ରାପ୍ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ

ଅନନ୍ତପୁର : ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଥିବା ଏକ ସ୍କ୍ରାପ ଗୋଦାମରେ ଆଜି ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବାର ଖବର ହସ୍ତଗତ ହୋଇଛି। ଏହି ବିସ୍ଫୋରଣ ଫଳରେ ୨ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନନ୍ତପୁରର ଏନଟିଆର ମାର୍ଗରେ ଥିବା ଏକ ସ୍କ୍ରାପ ଗୋଦାମ୍ (କବାଡ଼ି ଗୋଦାମ)ରେ ଥିବା କେତେକ ସାମଗ୍ରୀକୁ ମେସିନ ଦ୍ବାରା କଟାଯାଉଥିବାବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଫଳରେ ଟୁକୁରା ଲୁହା ଉଡ଼ି ସେଠାରେ ଥିବା ଶ୍ରମିକମାନଙ୍କ ଦେହରେ ଲାଗିଥିଲା। ଘଟଣାସ୍ଥଳରେ ୨ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଥିବାବେଳେ ୩ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ବିଧାୟକ ଅନନ୍ତ ଭେଙ୍କଟରାମି ରେଡ୍ଡି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହା ସହିତ ସେ ହସପିଟାଲ ଯାଇ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Share Now:

Kalinga News Beuro

Next Post

ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି : ମହାରାଷ୍ଟ୍ରରେ ଆଉ ୮ ଜଣ ନୂଆ ଆକ୍ରାନ୍ତ

Tue Dec 14 , 2021
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମୁମ୍ବାଇରୁ ବୋଲି ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରୁ ୭ ଜଣ ଟିକା ନେଇଥିବାବେଳେ ଜଣେ ଟିକା ନେଇନାହାନ୍ତି। ଏହା ସହିତ ମହାରାଷ୍ଟ୍ରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛ। […]
ଭାରତରେ ଓମିକ୍ରନ ଆକ୍ରାନ୍ତ ୫୩କୁ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial