ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି : ମହାରାଷ୍ଟ୍ରରେ ଆଉ ୮ ଜଣ ନୂଆ ଆକ୍ରାନ୍ତ

ଭାରତରେ ଓମିକ୍ରନ ଆକ୍ରାନ୍ତ ୫୩କୁ ବୃଦ୍ଧି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ମୁମ୍ବାଇରୁ ବୋଲି ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରୁ ୭ ଜଣ ଟିକା ନେଇଥିବାବେଳେ ଜଣେ ଟିକା ନେଇନାହାନ୍ତି। ଏହା ସହିତ ମହାରାଷ୍ଟ୍ରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚିହ୍ଟଟ ହୋଇଥିବା ଏହି ୮ ଆକ୍ରାନ୍ତମାନେ ନିକଟ ଅତୀତରେ କୌଣସି ଅନ୍ତର୍ଜାତୀୟ ଯାତ୍ରା କରିନାହାନ୍ତି। ଏଣୁ ମହାରାଷ୍ଟ୍ରରେ ବିଶେଷ କରି ମୁମ୍ବାଇ ଓ ପୁନେରେ ଓମିକ୍ରନ ସ୍ଥାନୀୟ ଭାବେ ବ୍ୟାପିବା ଆରମ୍ଭ କରିଥିବା ସନ୍ଦେହ କରାଯାଉଛି। ଆଉ ଏକ ଚିନ୍ତାଜନକ କଥା ହେଉଛି, ଚିହ୍ନଟ ହୋଇଥିବା ଏହି ୮ ଜଣ ଆକ୍ରାନ୍ତଙ୍କ ବୟସ ୨୪ ବର୍ଷରୁ ୪୪ ବର୍ଷ ମଧ୍ୟରେ ରହିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଚିହ୍ନଟ ୨୮ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ଆରୋଗ୍ୟ ଲାଭ କରି ନେଗେଟିଭ ଆରଟିପିସିଆର ରିପୋର୍ଟ ସହ ଘରକୁ ଫେରିଛନ୍ତି । ଆଜି ସିଏସଆଇଆରର ଜିନୋମିକ୍ସ ବୈଜ୍ଞାନିକ ଡ.ଅନୁରାଗ ଅଗ୍ରଓ୍ବାଲ କହିଛନ୍ତି ଯେ ଯେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲେ ବି ଖୁବଶୀଘ୍ର ସ୍ଥିତି ବଦଳିଯାଇପାରେ। ଓମିକ୍ରନର ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରିବାର କ୍ଷମତା ରହିଛି।

Share Now:

Kalinga News Beuro

Next Post

ଏମକେସିଜିରେ କୁକୁର ଖାଇଲା ନବଜାତ ଶିଶୁର ମୃତଦେହ : ଦୃଶ୍ୟ ଦେଖି ବ୍ୟଥିତ ହେଲେ ରୋଗୀ ସଂପର୍କୀୟ

Tue Dec 14 , 2021
ବ୍ରହ୍ମପୁର: ବ୍ରହ୍ମପୁର ବଡ଼ମେଡିକାଲରେ ଆଜି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମେଡିକାଲ ପରିସରରେ କିଛି କୁକୁର ଏକ ନବଜାତ ଶିଶୁର ମୃତଦେହ ରାମ୍ପୁଡ଼ି ବିଦାରି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଦେଖି ଲୋକେ କୁକୁରଙ୍କୁ ସେଠାରୁ ଘଉଡ଼ାଇ ଥିଲେ। ସେହି ସମୟ ବେଳକୁ କୁକୁର ପଲ ଶିଶୁର ମୁଣ୍ଡ ଶରୀରରୁ ଛିଣ୍ଡାଇ ଅଲଗା କରି ଦେଇ ସାରିଥିଲେ। ଏଭଳି ଦୃଶ୍ୟ ରୋଗୀ ସମ୍ପର୍କୀୟଙ୍କୁ ବ୍ୟଥିତ କରିଥିଲା। ଘଟଣା […]
ଏମ୍‌କେସିଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial