ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି

ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି

ଡିସେମ୍ବର ୧୬ରୁ ସକାଳ ସାଢ଼େ ୫ଟାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି

ପୁରୀ: କୋଭିଡ-୧୯ ମହାମାରୀର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ଲାଗୁ ହେବ। ମନ୍ଦିର ଖୋଲା ରହିବା ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୂର୍ବାହ୍ନ ସାଢ଼େ ୫ଟାରୁ ରାତ୍ରି ୯ଟା ୩୦ ଯାଏଁ ପ୍ରବେଶ କରିପାରିବେ। କୋଭିଡ-୧୯ ସମୟରେ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସାଧାରଣ ଦର୍ଶକଙ୍କ ପାଇଁ ୨୦୨୧ ଡିସେମ୍ବର ୩୧ ତାରିଖ ଏବଂ ୨୦୨୨ ଜାନୁଆରି ୧ ତାରିଖ (ଇଂରାଜୀ ନବବର୍ଷ) ବନ୍ଦ ରହିବ। ସେହିପରି ଗତ ଅକ୍ଟୋବର ୧୩ ତାରିଖରେ ହୋଇଥିବା ଆଦେଶ ଅନୁସାରେ ପ୍ରତି ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ସେହିପରି ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତି ଯଥା ବନକଲାଗି ଓ ପଇତାଲାଗି ନୀତି ଥିଲେ ଜୟ ବିଜୟ ଦ୍ୱାରା ଓ ବେହରଣ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ। ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୨୧ ଡିସେମ୍ବର ୧୬ ତାରିଖ ଠାରୁ ୨୦୨୨ ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହିଲି ଭୋଗ ପାଇଁ ନୀତିନିର୍ଘଣ୍ଟ ହୋଇଥିଲା। ସେହିପରି ନୂଆବର୍ଷର ୧୪ ତାରିଖରେ ମକରସଂକ୍ରାନ୍ତି ଓ ୧୭ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ପାଇଁ ନୀତିନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା।

Share Now:

Kalinga News Beuro

Next Post

ଓଡ଼ିଶାକୁ ବଢୁଛି ଓମିକ୍ରନ୍‌ ଚିନ୍ତା

Wed Dec 15 , 2021
ଆନ୍ଧ୍ରପ୍ରଦେଶ-ପଶ୍ଚିମବଙ୍ଗରେ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ ଭୁବନେଶ୍ବର: ଓମିକ୍ରନର ଭୟ ଭିତରେ ପଡୋଶୀ ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହେବା ଓଡିଶାର ଚିନ୍ତା ବଢାଇ ଦେଇଛି। ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଆଉ ଏବେ ପଶ୍ଚିମବଙ୍ଗରୁ ଜଣେ ନାବାଳକ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଡୋଶୀଙ୍କ ଠାରୁ ଦ୍ରୁତ ସଂକ୍ରାମକ କରୋନାର ଏହି ନୂଆ ପ୍ରଜାତି ରାଜ୍ୟକୁ ପଶି ଆସିବା ଆଶଙ୍କା ଦେଖାଦେଇଛି। ତେଣୁ ସୀମାନ୍ତ ଅଞ୍ଚଳରେ ନଜର ରଖିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି। […]
ଓଡ଼ିଶାକୁ ବଢୁଛି ଓମିକ୍ରନ୍‌ ଚିନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial