ଓଡ଼ିଶାକୁ ବଢୁଛି ଓମିକ୍ରନ୍‌ ଚିନ୍ତା

ଓଡ଼ିଶାକୁ ବଢୁଛି ଓମିକ୍ରନ୍‌ ଚିନ୍ତା

ଆନ୍ଧ୍ରପ୍ରଦେଶ-ପଶ୍ଚିମବଙ୍ଗରେ ଓମିକ୍ରନ୍‌ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ଓମିକ୍ରନର ଭୟ ଭିତରେ ପଡୋଶୀ ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହେବା ଓଡିଶାର ଚିନ୍ତା ବଢାଇ ଦେଇଛି। ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଆଉ ଏବେ ପଶ୍ଚିମବଙ୍ଗରୁ ଜଣେ ନାବାଳକ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଡୋଶୀଙ୍କ ଠାରୁ ଦ୍ରୁତ ସଂକ୍ରାମକ କରୋନାର ଏହି ନୂଆ ପ୍ରଜାତି ରାଜ୍ୟକୁ ପଶି ଆସିବା ଆଶଙ୍କା ଦେଖାଦେଇଛି। ତେଣୁ ସୀମାନ୍ତ ଅଞ୍ଚଳରେ ନଜର ରଖିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି। ଅନ୍ୟପଟେ ଜାନୁଆରି କିମ୍ବା ଫେବ୍ରୁଆରିରୁ ଓମିକ୍ରନ ସଂକ୍ରମଣ ବଢିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ଓଡିଶାକୁ ବଢୁଛି ଓମିକ୍ରନ ଚିନ୍ତା ? ଭୟ ବଢାଇଲେଣି ପଡୋଶୀ! ତିନି ଦିନ ତଳେ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଓମିକ୍ରନ ଭୂତାଣୁ ଚିହ୍ନଟ ହେବା ପରେ ଓଡିଶା ପ୍ରତି ବିପଦ ଆଶଙ୍କା ବଢିଥିବା ବେଳେ ଆଜି ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଏହି ପ୍ରଜାତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ୭ ବର୍ଷର ବାଳକ ଆବୁଧାବିରୁ ହାଇଦ୍ରାବାଦ ଦେଇ ପଶ୍ଚିମବଙ୍ଗ ଆସିଥିଲେ। ହେଲେ ସୌଭାଗ୍ୟବଶତଃ ତାଙ୍କ ପିତାମାତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେହିଭଳି ସୁରଟରୁ ଗୋଟିଏ କେସ୍ ବାହାରିବା ପରେ ମଧ୍ୟ ଚିନ୍ତା ବଢିଛି। କାରଣ ଓଡିଶାରୁ ଅନେକ ସୁରଟ ଯାଇଥାନ୍ତି କାମ କରିବାକୁ। ଦୁଇ ପଡୋଶୀ ରାଜ୍ୟ ଓ ସୁରଟରେ ଏହି ସଂକ୍ରମକ ପ୍ରଜାତି ଚିହ୍ନଟ ହେବା ପରେ ଓଡିଶା ପାଇଁ ଆହ୍ୱାନ ବଢିଛି। ତେଣୁ ସରକାରଙ୍କ ପାଇଁ ସୀମାନ୍ତ ଜିଲ୍ଲା ଉପରେ ନଜର ରଖିବା ଚ୍ୟାଲେଞ୍ଜ ହୋଇପଡିଛି।
ଆଗକୁ ବଢିବ ସଂକ୍ରମଣ, ଆସିବ କି ତୃତୀୟ ଲହର ? ଏପଟେ ଆସନ୍ତା ଜାନୁଆରି କିମ୍ବା ଫେବୃଆରୀରେ ଓମିକ୍ରନ ଯୋଗୁ ଦେଶରେ ସଂକ୍ରମଣ ବଢିବ ବୋଲି କେନ୍ଦ୍ର ସରକାରଙ୍କ ସୂତ୍ରରୁ ଖବର ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ। ହେଲେ ଆଶ୍ୱସ୍ତିର କଥା ହେଉଛି କରୋନାର ଭୟଙ୍କର ପ୍ରଜାତି ଡେଲଟା ଠାରୁ ଏହାର ଲକ୍ଷଣ ସାମାନ୍ୟ ରହିବ ବୋଲି କହିଛନ୍ତି ବିଶେଷଜ୍ଞ। ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ଡେଲ୍ଟା ପ୍ରଜାତି ଠାରୁ ମଧ୍ୟ ଅଧିକ ସଂକ୍ରମଣର ଦକ୍ଷତା ରଖୁଛି ଏହି ନୂଆ ଓମିକ୍ରନ ଭାରିଆଣ୍ଟ। ଲକ୍ଷଣ ଦୃଷ୍ଟିରୁ ଭୟାବହତା କମ ଥିବା କୁହାଯାଉଥିଲେ ମଧ୍ୟ ଅନ୍ୟାନ୍ୟ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଘାତକ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତେଣୁ କୋଭିଡ ନିୟମ ପାଳନ କରିବା ଓ ଟୀକାକରଣ ବଢାଇବା ଉପରେ ଗୁରୁତ୍ୱ ଦିଆଯାଉଛି।

Share Now:

Kalinga News Beuro

Next Post

ଋଷିଆକୁ ୟୁରୋପୀୟ ସଂଘର ଚେତାବନୀ : ଭୟଙ୍କର ପରିଣତି ପାଇଁ ପ୍ରସ୍ତୁତ ରୁହ

Wed Dec 15 , 2021
ମସ୍କୋ : ୟୁକ୍ରେନ ସଂକଟ ନେଇ ଋଷିଆକୁ ପୁଣି ଚେତାବନୀ ଶୁଣାଇଛି ବ୍ରିଟେନ ଓ ୟୁରୋପୀୟ ସଂଘ। ଋଷିଆ ସୈନ୍ୟ ଯଦି ୟୁକ୍ରେନ ମଧ୍ୟରେ ପ୍ରବେଶ କରନ୍ତି ତେବେ ତାହାର ପରିଣତି ଭୟଙ୍କର ହେବ। ଋଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ ଯାହାର ଚାପରେ ଋଷିଆର ଅର୍ଥନୀତି ତଳିତଳାନ୍ତ ହୋଇଯିବ ବୋଲି ୟୁରୋପୀୟ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଗତ ୨୦୧୪ରେ ଋଷିଆ ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ବଳପୂର୍ବକ […]
ଋଷିଆକୁ ୟୁରୋପୀୟ ସଂଘର ଚେତାବନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial