ଋଷିଆକୁ ୟୁରୋପୀୟ ସଂଘର ଚେତାବନୀ : ଭୟଙ୍କର ପରିଣତି ପାଇଁ ପ୍ରସ୍ତୁତ ରୁହ

ଋଷିଆକୁ ୟୁରୋପୀୟ ସଂଘର ଚେତାବନୀ

ମସ୍କୋ : ୟୁକ୍ରେନ ସଂକଟ ନେଇ ଋଷିଆକୁ ପୁଣି ଚେତାବନୀ ଶୁଣାଇଛି ବ୍ରିଟେନ ଓ ୟୁରୋପୀୟ ସଂଘ। ଋଷିଆ ସୈନ୍ୟ ଯଦି ୟୁକ୍ରେନ ମଧ୍ୟରେ ପ୍ରବେଶ କରନ୍ତି ତେବେ ତାହାର ପରିଣତି ଭୟଙ୍କର ହେବ। ଋଷିଆ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ ଯାହାର ଚାପରେ ଋଷିଆର ଅର୍ଥନୀତି ତଳିତଳାନ୍ତ ହୋଇଯିବ ବୋଲି ୟୁରୋପୀୟ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଗତ ୨୦୧୪ରେ ଋଷିଆ ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ବଳପୂର୍ବକ ଦଖଲ କରିନେବା ପରେ ୟୁରୋପୀୟ ସଂଘ ପକ୍ଷରୁ ଋଷିଆ ଉପରେ ଆର୍ଥିକ କଟକଣା ଲଗାଯାଇଥିଲା। ଏହି କଟକଣା ଏବେ ବି ବଳବତ୍ତର ରହିଛି। ଏବେ ଯଦି ମସ୍କୋ ପୁଣି ଦୁଃସାହାସ କରେ ତେବେ ଆହୁରି କଠୋର କଟକଣା ପ୍ରସ୍ତୁତ ହୋଇ ରହିଛି ବୋଲି ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭାନ ଡର ଲିଏନ କହିଛନ୍ତି। ଅନ୍ୟପକ୍ଷରେ ସୈନ୍ୟ ପ୍ରତ୍ୟାହାର ପାଇଁ ଋଷିଆ ପକ୍ଷରୁ କେତେକ ସର୍ତ୍ତ ଆରୋପ କରାଯାଇଛି। ନାଟୋ ଯଦି ସୁରକ୍ଷା ଗ୍ୟାରେଣ୍ଟି ଦିଏ ଓ ୟୁରୋପରେ ଆଉ ଆଗକୁ ପୂର୍ବକୁ ନବଢେ, ୟୁକ୍ରେନରେ ଓ ଋଷିଆକୁ ଲାଗିଥିବା ଅନ୍ୟ ଦେଶରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ ନକରେ ତେବେ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ହୋଇପାରିବ। ଋଷିଆ ପକ୍ଷରୁ ଏସବୁ ପ୍ରସ୍ତାବ ଆମେରିକା ଆଗରେ ରଖାଯାଇଛି।

Share Now:

Kalinga News Beuro

Next Post

ଚିତ୍ତରଞ୍ଜନ ମୃତ୍ୟୁ ଘଟଣା : ପୁରୀରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

Wed Dec 15 , 2021
ଡିସେମ୍ବର ୧୬ରେ ଗଡ଼ମୁର୍ଗଶିରା ଯାଇ ଅନୁଧ୍ୟାନ କରିବେ ଅଧିକାରୀ ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତ୍ତରଞ୍ଜନ ପଲେଇ (୨୨)ଙ୍କ ମୃତ୍ୟୁର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପୁରୀରେ ପହଞ୍ଚିଛି। ଏହି ଟିମ୍‌ରେ ୪ ଜଣ ସଦସ୍ୟ ଅଛନ୍ତି। ପୁରୀରେ ପହଞ୍ଚିବା ପରେ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ ପୁରୀ ଏସ୍‌ପିଙ୍କ ସହିତ କଥା ହୋଇଛନ୍ତି। ପୁଲିସ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ପ୍ରଦାନ କରିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ […]
ଚିତ୍ତରଞ୍ଜନ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial