ବିଶ୍ବର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା “ରାଇ” କବଳରେ ଫିଲିପାଇନ୍ସ,

ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା

ମାନିଲା : ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ ଏକ ଅତ୍ୟନ୍ତ ବିନାଶକାରୀ ସାମୁଦ୍ରିକ ବାତ୍ୟାର ସମୁଖୀନ ହୋଇଛି। ଏହି ବାତ୍ୟାର ଅନ୍ତର୍ଜାତୀୟ ନାଁ ହେଉଛି ରାଇ ଓ ଫିଲିପାଇନ୍ସରେ ଏହାକୁ ଓଡେଟ୍ କୁହାଯାଉଛି। ଏହା ଏକ କ୍ୟାଟେଗୋରି-୫ ବାତ୍ୟା ହୋଇଥିବାବେଳେ ଏହାକୁ ବିଶ୍ବରେ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଉଛି। ବୁଧବାର ଭାରତୀୟ ସମୟ ପୂର୍ବାହ୍ନ ୧୧ଟାରେ ଏହା ପ୍ରଥମ ଥର ପାଇଁ ସିଆରଗୋ ଦ୍ବୀପରେ ସ୍ଥଳଭାଗ ଛୁଇଁଥିଲା। ଏହାକୁ ମିଶାଇ ବାତ୍ୟାଟି ମୋଟ ୩ ଥର ସ୍ଥଳଭାଗ ଛୁଇଁସାରିଲାଣି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୯୫ କିଲୋମିଟର ରହିଥିବାବେଳେ ଏହା ଘଣ୍ଟା ପ୍ରତି ୨୭୦ କିଲୋମିଟର ବେଗରେ ଶକ୍ତିଶାଳୀ ଝଟକା ଦେଇଥିଲା ବୋଲି ଫିଲିପାଇନ୍ସର ପାଣିପାଗ ବିଭାଗ ପାଗାସା ପକ୍ଷରୁ କୁହାଯାଇଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ରାଇ ଫିଲିପାଇନ୍ସରେ ଧ୍ବଂସଲୀଳା ରଚାଇଛି। ତେବେ ବାତ୍ୟାର ପ୍ରକୋପ ଏବେ ବି ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳରୁ ପ୍ରାୟ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ନିରାପଦ ସ୍ଥାନକୁ ନିଆଯାଇଥିଲା। ଲୋକଙ୍କ ଉଦ୍ଧାର ପାଇଁ ଫିଲିପାଇନ୍ସ ସରକାର ନୌସେନା ଓ କୋଷ୍ଟଗାର୍ଡକୁ ମୁତୟନ କରିଛନ୍ତି। ଫିଲିପାଇନ୍ସ ପ୍ରାୟ ପ୍ରତିବର୍ଷ ସାମୁଦ୍ରିକ ବାତ୍ୟାର ସମୁଖୀନ ହେଉଥିବାବେଳେ ଏହି ବାତ୍ୟାଟି ସବୁଠାରୁ ଶକ୍ତିଶାଳୀ ଥିବା କୁହାଯାଉଛି।

Share Now:

Kalinga News Beuro

Next Post

‘ବିରାଟ’ ପ୍ରସଙ୍ଗ : ‘ମୁଁ ନୁହେଁ ବିସିସିଆଇ ବୁଝିବ’- ସୌରଭ ଗାଙ୍ଗୁଲି

Thu Dec 16 , 2021
ମୁମ୍ବାଇ : ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ସେ କହିଛନ୍ତି ଯେ ଏ ନେଇ ସବୁକଥା ବିସିସିଆଇ ବୁଝିବ। କୋହଲିଙ୍କ ବିସ୍ଫୋରକ ସାମ୍ବାଦିକ ସମ୍ମିଳନୀ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ଗାଙ୍ଗୁଲି କହିଥିଲେ ଯେ ଏ ସମ୍ପର୍କରେ ତାଙ୍କର କିଛି କହିବାକୁ ନାହିଁ। ଏ କଥା […]
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial