ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପିଟିସନ ହାଇକୋର୍ଟରେ ଖାରଜ

ପ୍ରଭାତ ତ୍ରିପାଠୀ

କଟକ: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଝଟକା ଲାଗିଛି। ସିବିଆଇ ଏଫ୍ଆ‌ଇଆର୍‌ ରଦ୍ଦ କରିବାକୁ ପ୍ରଭାତ ତ୍ରିପାଠୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏହି ଆବେଦନକୁ ଆଜି ଖାରଜ କରିଦେଇଛନ୍ତି। ପିଟିସନ ଖାରଜ ହୋଇଯାଇଥିବାରୁ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ ସିବିଆଇ ମାମଲା ଜାରି ରହିବ। ରାଜ୍ୟରେ ଏଟି ଗ୍ରପୁ ଜମାକାରୀଙ୍କଠାରୁ ୫ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପ୍ରଭାତ ତ୍ରିପାଠୀ ୨୦୧୪ରେ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। କିଛି ଦିନ ଜେଲରେ ରହିବା ପରେ ସେ ଜାମିନରେ ଆସିଥିଲେ। ୨୦୧୭ରେ ପ୍ରଭାତଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛି ।

Share Now:

Kalinga News Beuro

Next Post

କରୋନା ବିରୋଧୀ ଲଢେଇରେ ଓଡ଼ିଶା ପୁଲିସର ଭୂମିକା ପ୍ରସଂଶନୀୟ : ମୁଖ୍ୟମନ୍ତ୍ରୀ

Sat Dec 18 , 2021
କଟକ: କଟକରେ ଗତ ତିନିଦିନ ଧରିଚାଲିଥିବା ରାଜ୍ୟ ବରିଷ୍ଠ ପୁଲିସ ଅଧିକାରୀ(ଆଇପିଏସ) ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶା ପୁଲିସକୁ ଗୁରୁମନ୍ତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ କରୋନା ମହାମାରୀ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକାକୁ ପ୍ରଶଂସା କରିଥିଲେ । ‌କୋଭିଡ ଭଳି ବିପର୍ଯ୍ୟୟ ସମୟରେ ପୁଲିସ ସମ୍ବେଦନଶୀଳ ହୋଇ କାମ କରିଥିଲା। କୋଭିଡ ଯୁଦ୍ଧରେ ଓଡ଼ିଶା ପୁଲିସ ୬୧ଜଣ ପୁଲିସ କର୍ମଚାରୀଙ୍କୁ ହରାଇଥିଲା। […]
ମୁଖ୍ୟମନ୍ତ୍ରୀ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial